Latest Odisha News

BREAKING NEWS

ଆସୁଛି କି ବଡ ବିପଦ ! ବଜ୍ରାଘାତରେ ଭାଙ୍ଗିଲା ମହିମାଗାଦିର ଦଧିନଉତି

ଢେଙ୍କାନାଳ:ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଗଲା । ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି ।

ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛିକି କିଛି ଭୟଙ୍କର ବିପଦ ମାଡି ଆସିବ କି? ଦଧିନଉତି ଭାଙ୍ଗିବା ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି।

ଅନ୍ୟପଟେ ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି ।

ସୂଚନାଥାଉକି, ଯୋରନ୍ଦା ମହିମାଗାଦିରେ ବିଶ୍ଵ ପ୍ରସିଦ୍ଧ ମାଘମେଳା ହୋଇଥାଏ । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିଥାନ୍ତି । ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମା ଗାଦିରେ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ସେବେଠାରୁ ଯୋରନ୍ଦାରେ ବାର୍ଷିକ ମାଘମେଳାରେ ସାଧୁ, ସନ୍ନାସୀ ଓ ଭକ୍ତ ସମବେତ ହୋଇ ଝାଡଦ୍ଵୀପରେ ଘୃତାହୁତି ପ୍ରଦାନ କରି ଆସୁଛନ୍ତି।

 

Comments are closed.