Latest Odisha News

BREAKING NEWS

ବିରଳ ଜି ବ୍ଲଡ଼ ଗ୍ରୁପ ଆବିଷ୍କାର କଲେ ଗବେଷକ

ନୂଆଦିଲ୍ଲୀ: ଫ୍ରାନ୍ସର ଗବେଷକମାନେ ଏକ ଭିନ୍ନ ପ୍ରକାରର ବ୍ଲଡ଼ ଗ୍ରୁପ ଆବିଷ୍କାର କରିଛନ୍ତି। ଯାହାକି ସମଗ୍ର ବିଶ୍ବରେ କେବଳ ଜଣେ ମହିଳାଙ୍କ ପାଖରେ ହିଁ ଦେଖିବାକୁ ମିଳିଛି।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ବ୍ଲଡ଼ ଗ୍ରୁପଟି ଅନ୍ୟ ୪୭ ରକ୍ତ ଗ୍ରୁପର ସହିତ ମେଳ ଖାଉନାହିଁ। ଫ୍ରାନ୍ସ ଗବେଷକମାନେ (ଇଏଫଏସ) ଏହି ବ୍ଲଡ଼ ଗ୍ରୁପଟିକୁ ଏକ ଗୁଆଡେଲିପିଆନ୍ ମହିଳାଙ୍କଠାରେ ପାଇଛନ୍ତି। ଏହାକୁ ୪୮ତମ ରକ୍ତ ଗୋଷ୍ଠୀ ଭାବରେ ବିଶେଷଜ୍ଞ ମାନେ ବର୍ଣ୍ଣନା କରିଛନ୍ତି। ରକ୍ତଦାତା ଏବଂ ରକ୍ତଗ୍ରହୀତାଙ୍କ ମଧ୍ୟରେ ବିପଦକୁ ଚିହ୍ନଟ କରିବାରେ ବ୍ଲଡ଼ ଗ୍ରୁପ ସହାୟ ହୋଇଥାଏ। ଆମେରିକୀୟ ସ୍ୱାସ୍ଥ୍ୟ ସଂଗଠନ (ସିଡ଼ିସି) ଅନୁଯାୟୀ ଆମେରିକାରେ ପ୍ରତିବର୍ଷ ପ୍ରାୟ ୧୪ ନିୟୁତ ୟୁନିଟ୍ ରକ୍ତ ସ୍ଥାନାନ୍ତର କରାଯାଇଥାଏ। ଏ, ବି, ଏବଂ ଓ ଗ୍ରୁପ ବ୍ୟତୀତ ବିଶ୍ୱରେ ଅନେକ ପ୍ରକାରର ବିରଳ ବ୍ଲଡ ଗ୍ରୁପ ରହିଛି।

ଫ୍ରାନ୍ସ ସଂଗଠନ ଏହି ବ୍ଲଡ ଗ୍ରୁପକୁ ଗ୍ୱାଡା ନେଗେଟିଭ୍ ଅର୍ଥାତ୍ ଜି ନେଗେଟିଭ୍ ନାମରେ ନାମିତ କରିଛି ଏବଂ ଏହା କେବଳ ଜଣେ ମହିଳାଙ୍କ ପାଖରେ ହିଁ ଚିହ୍ନଟ କରାଯାଇଛି।

ଏହି ଗବେଷଣା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା। ଯେତେବେଳେ ସେହି ମହିଳାଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥିଲା।କିନ୍ତୁ କୌଣସି ଦାତାଙ୍କ ରକ୍ତ ଗ୍ରୁପ୍ ତାଙ୍କ ସହିତ ମେଳ ଖାଉ ନଥିଲା। ଏହାପରେ ଗବେଷକ ମାନେ ତାଙ୍କର ହିମୋଗ୍ଲୋବିନ୍ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ ଓ ଆଠ ବର୍ଷ  ଗବେଷଣା  ପରେ ଏବଂ ଡି ଏନ୍ ଏ ସିକୋଇନ୍ସିଂ ପରେ ୨୦୧୯  ମସିହାରେ  ତାଙ୍କର ବ୍ଲଡ଼ ଗ୍ରୁପକୁ ନୂତନ ନାମ ଦିଆଯାଇଛି। ତେବେ ଏହି କାର୍ଯ୍ୟ ପାଇଁ ପ୍ରାୟ ୧୪ ବର୍ଷ ଲାଗି ଯାଇଥିଲା।

Comments are closed.