Latest Odisha News

BREAKING NEWS

ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ପରାମର୍ଶ

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କଲା ଇରାନ। ଇରାନର ୩ଟି ପରମାଣୁ ପ୍ଲାଣ୍ଟ ଉପରେ ଆମେରିକା ପକ୍ଷରୁ B-2 ବମ୍ବର ଦ୍ବାରା ଆକ୍ରମଣ କରିଥିଲା । ଏହାପରେ ଇରାନ ପ୍ରତିଶୋଧ ପରାୟଣ ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ମିସାଇଲ ମାଡ କରିଛି ।

କାତାରର ଦୋହାରେ ଥିବା ଆମେରିକୀୟ ଏୟାରବେସ୍‌ ଉପରେ ମିସାଇଲ ମାଡ କରାଯାଇଛି । ସେହିଭଳି ଇରାକ୍, କୁଏତ ଏବଂ ବାହାରିନରେ ଥିବା ଆମେରିକା ସୈନ୍ୟ ଶିବିର ଉପରେ ମଧ୍ୟ ଜୋରଦାର ହାମଲା କରିଛି ଇରାନ ।

ଇରାନ କାତାରରେ ଥିବା ଆମେରିକୀୟ ଘାଟି ଆଡ଼କୁ ୬ଟି ମିସାଇଲ ମାଡ଼ କରିଛି। ଦୋହାରେ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରାଯାଇଛି। କତାରର ରାଜଧାନୀ ଦୋହାରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଇରାନର ସରକାରୀ ଟେଲିଭିଜନ କହିଛି ଯେ, ଏହି ଆକ୍ରମଣ ଆମେରିକାର ଏକ ସ୍ପଷ୍ଟ ସାମରିକ ଆକ୍ରମଣ ବିରୁଦ୍ଧରେ ଏକ ଅଭିଯାନର ଅଂଶ ଥିଲା।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କାତାରରେ ଥିବା ଭାରତୀୟ ଦୂତାବାସ , ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଘରେ ରହିବାକୁ ଅନୁରୋଧ କରିଛି। “ଦୟାକରି ଶାନ୍ତ ରୁହନ୍ତୁ ଏବଂ କାତାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ଥାନୀୟ ଖବର, ନିର୍ଦ୍ଦେଶ ଏବଂ ମାର୍ଗଦର୍ଶନକୁ ଅନୁସରଣ କରନ୍ତୁ। ଆମେ ଆମର ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ଅପଡେଟ୍ ମଧ୍ୟ ରଖିବୁ,” ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଦୂତାବାସ କହିଛି।

 

ଏପଟେ କାତାରର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ କାତାରି ବାୟୁ ପ୍ରତିରକ୍ଷା ବିଭାଗ ଅଲ-ଉଦେଦ ବାୟୁ ଘାଟିକୁ ଲକ୍ଷ୍ୟ କରି ଏକ କ୍ଷେପଣାସ୍ତ୍ର ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଛି। କାତାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, କାତାର ନାଗରିକ, ବାସିନ୍ଦା ଏବଂ ପର୍ଯ୍ୟଟକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କାତାରର ସମ୍ପୃକ୍ତ କର୍ତ୍ତୃପକ୍ଷ ଦେଶର ଆକାଶ ମାର୍ଗରେ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

Comments are closed.