Latest Odisha News

BREAKING NEWS

ଘରୋଇ ବ୍ୟାଙ୍କ ସହ ନେଣଦେଣ ନେଇ ସ୍ପଷ୍ଟୀକରଣ ଦେଲେ ସରକାର

ଭୁବନେଶ୍ୱର: ଗତ କିଛି ବର୍ଷ ଧରି ଖରାପ ପ୍ରଦର୍ଶନ ପାଇଁ  ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କ – ଏଚ୍ ଡି ଏଫ୍ ସି ବ୍ୟାଙ୍କ, ଆଇ ସି ଆଇ ସି ଆଇ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ସରକାରୀ ନେଣଦେଣ ପାଇଁ ତାଲିକାରୁ ବାଦ ଦିଆଯାଇଥିବା ନେଇ ଓଡ଼ିଶା ସରକାର  ବିଜ୍ଞପ୍ତି ଜାରି କରିଥିଲେ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର।

ତେବେ ଏହି ନିର୍ଦ୍ଦେଶନାମା SNA ବ୍ୟାଙ୍କ ଆକାଉଣ୍ଟ, ପେମେଣ୍ଟ ଏଗ୍ରିଗେଟର/ପେମେଣ୍ଟ ଗେଟୱେ ବ୍ୟାଙ୍କ ଆକାଉଣ୍ଟ, ଏଜେନ୍ସି ବ୍ୟାଙ୍କ ଆକାଉଣ୍ଟ (ରାଜ୍ୟ ସରକାରଙ୍କ ଦେୟ ସଂଗ୍ରହ ପାଇଁ) ଏବଂ NPS/ପେନସନ୍ ଟ୍ରଷ୍ଟି ବ୍ୟାଙ୍କ ଆକାଉଣ୍ଟ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ମଧ୍ୟ ସରକାରଙ୍କ ତରଫରୁ କୁହାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ତିନୋଟି ବ୍ୟାଙ୍କରେ କୌଣସି ପ୍ରକାରର ନୂତନ ଆକାଉଣ୍ଟ ଖୋଲାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯିବା ସହ ପୂର୍ବରୁ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଟ୍ରାଞ୍ଜାକ୍ସନ ଜାରି ରହିବା ନେଇ ବିବୃତିରେ କୁହାଯାଇଛି।

 

Comments are closed.