Latest Odisha News

BREAKING NEWS

ପାଣିରେ ହଳଦୀ ଟ୍ରେଣ୍ଡ କରୁଥିଲେ; ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଲୋକମାନେ ଅନ୍ଧାରରେ ପାଣିରେ ହଳଦୀ ମିଶାଇ ଭିଡିଓ ଏବଂ ରିଲ୍ସ ତିଆରି କରି ଏହାକୁ ସୋସିଆଲ ମିଡିଆ ରେ ଛାଡୁଛନ୍ତି। ଯଦିଓ ଲୋକମାନେ ଏହାକୁ ଏକ ମନୋରଞ୍ଜନ ଭାବରେ ଆପଣେଇଛନ୍ତି କିନ୍ତୁ ଜ୍ୟୋତିଷ ଏହାକୁ ନକାରାତ୍ମକ ଶକ୍ତି ସହ ଯୋଡ଼ିଛନ୍ତି।

ଜ୍ୟୋତିଷ ଏନକେ ବେରା ଏହାକୁ ନେଇ ଏକ ଚେତାବନୀ ଦେଇଛନ୍ତି। ଏହି ଟ୍ରେଣ୍ଡ ଯେ କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ଭୁଲ ତାହା ନୁହେଁ ବରଂ ଏହା ଘରେ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରାଇଥାଏ ବୋଲି ସେ ମତ ଦେଇଛନ୍ତି। ଖାସ୍ କରି

ରାତିରେ ଏପରି କରିବା ଦ୍ଵାରା ଲୋକମାନେ ଭୂତ ପ୍ରେତ ଭଳି ନକାରାତ୍ମକ ଶକ୍ତିକୁ ନିମନ୍ତ୍ରଣ କରୁଛନ୍ତି ବୋଲି ସେ କହିଛନ୍ତି।ତେବେ  ଉପଯୁକ୍ତ ପଦ୍ଧତି କିମ୍ବା  ଶୁଭ ସମୟ ବିନା ଏପରି କରିବାଦ୍ୱାରା ଅନେକ ପ୍ରକାରର ଖ୍ୟତି ହୋଇପାରେ ବୋଲି ମଧ୍ ଚେତାବନୀ ଦେଇଛନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଣିରେ ହଳଦୀ ମିଶାଇବାକୁ  ଏକ ପ୍ରକାର ତାନ୍ତ୍ରିକ ପ୍ରକ୍ରିୟା ଭାବରେ ବିବେଚନା କରାଯାଇଥାଏ।

ଆଜିକାଲି ଇନଷ୍ଟାଗ୍ରାମରେ ଏହି ଭିଡିଓ ବହୁତ୍ ଭାଇରାଲ ହେବାରେ ଲାଗିଛି ଖାସ କରି ପିଲାମାନଙ୍କ ମଧ୍ୟରେ ଏହା ଅଧିକ ଲୋକପ୍ରିୟତା ହାସଲ କରିଛି। ସେମାନେ ଅନ୍ଧାରରେ ମୋବାଇଲର ଟର୍ଚ୍ଚ ଲାଇଟ୍ ଜଳାଇ ଏହା ଉପରେ ପାଣି ଭର୍ତ୍ତି ଏକ ଗ୍ଲାସ ରଖନ୍ତି ଓ ଗ୍ଲାସ ରେ ହଳଦୀ ପକାଇଥାନ୍ତି। ଏହା ପରେ ପାଣି ଚକଚକିଆ ଏବଂ ବହୁତ ଆକର୍ଷଣୀୟ ଦେଖାଯାଏ।

ହିନ୍ଦୁ ଧର୍ମରେ ହଳଦୀକୁ ପବିତ୍ରତା ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ। ତେବେ ଯେତେବେଳେ  କୌଣସି ଶୁଭ ସମୟ ବିନା ଏହି କାର୍ଯ୍ୟ କରାଯାଏ ତେବେ ତାହା ଘରେ ନକାରାତ୍ମକ ଉର୍ଜା କୁ ନିମନ୍ତ୍ରଣ କରିଥାଏ।

କେବଳ ଏତିକି ନୁହେଁ ଏହା ଆପଣଙ୍କର ଜନ୍ମ ଚାର୍ଟରେ ଚନ୍ଦ୍ର ଏବଂ ବୃହସ୍ପତି ଭଳି ଶୁଭ ଗ୍ରହକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଜ୍ୟୋତିଷ ମତ ଦେଇଛନ୍ତି। ତେବେ ଏହାଠୁ ଦୂରେଇ ରହିବା ହେଉଛି ବୁଦ୍ଧିମାନର କାର୍ଯ୍ୟ।

ଇଣ୍ଟରନେଟରେ ଦେଖାଯାଉଥିବା ସମସ୍ତ ଜିନିଷକୁ ଆଖିବୁଜି ଗ୍ରହଣ କରନ୍ତୁ ନଃ ବରଂ ଏଥିରୁ ଦୂରେଇ ରହିବା ଜରୁରୀ ବୋଲି ଜ୍ୟୋତିଷ ମତ ଦେଇଛନ୍ତି। ତେବେ କୌଣସି ପ୍ରତିକାର କରିବା ପୂର୍ବରୁ  ଜଣେ ଯୋଗ୍ୟ ଜ୍ୟୋତିଷ କିମ୍ବା ବାସ୍ତୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ବୋଲି ଜ୍ୟୋତିଷ ଜଣକ ମତ ଦେଇଛନ୍ତି।

 

Comments are closed.