ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରଚଳିତ ହେଉଥିବା ନାମୀଦାମି କମ୍ପାନୀ ପାନାସୋନିକ ବର୍ତ୍ତମାନ୍ ନିଜ ବ୍ରାଣ୍ଡର ଫ୍ରିଜ୍ ଏବଂ ୱାସିଂ ମେସିନ୍ ଆଉ ବିକ୍ରୀ କରିବ ନାହିଁ। କିନ୍ତୁ କମ୍ପାନୀର ଅନ୍ୟ ଉତ୍ପାଦଗୁଡ଼ିକ ବଜାରରେ ଉପଲବ୍ଧ ରହିବ। ଏହି ଖବର ପରେ ବର୍ତ୍ତମାନ୍ Whirlpool ଏବଂ Voltas ୨୬ କମ୍ପାନୀର ସେୟାରରେ ଜୁନ ମାସରେ ବୃଦ୍ଧି ଦେଖିବାକୁ ମିଳିଛି।
ଜାପାନୀ କମ୍ପାନୀ ପାନାସୋନିକ ଭାରତରେ ଏହାର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ୟବସାୟକୁ ହ୍ରାସ କରୁଛି କାରଣ ଏହାର ଫ୍ରିଜ୍ ଏବଂ ୱାସିଂ ମେସିନ୍ ସେଗମେଣ୍ଟ ବଜାରରେ ଭଲ ବିଜନେସ କରିପାରିନଥିଲା। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ହରିୟାଣାର ଝାଜ୍ଜରରେ ଥିବା ଏହାର କାରଖାନାରେ ଏହି ଉତ୍ପାଦଗୁଡ଼ିକର ଉତ୍ପାଦନ ବନ୍ଦ କରିବାରେ ଲାଗିଛି।
ପାନାସୋନିକର ମୁଖପାତ୍ର କହିଛନ୍ତି ଯେ ଆମେ ବର୍ତ୍ତମାନ୍ ଭାରତରେ ହୋମ୍ ଅଟୋମେସନ୍, ଏୟାର କଣ୍ଡିସନର (ଏସି), ବୈଦ୍ୟୁତିକ ଏବଂ ଶକ୍ତି ସମାଧାନ ଭଳି ଅଭିବୃଦ୍ଧି କ୍ଷେତ୍ର ଉପରେ ଧ୍ୟାନ ଦେବା ପାଇଁ ନିଷ୍ପତ୍ତି ନେଇଛୁ। ତେବେ ଏହି ପୁନର୍ଗଠନ ସମୟରେ କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀ ନିଜ ଚାକିରି ହରାଇବା ନେଇ ରିପୋର୍ଟରେ ଦର୍ଶାଯାଇଛି। ବର୍ତ୍ତମାନ୍ ପାନାସୋନିକ୍ ଭାରତରେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଏବଂ ଘରୋଇ ଉପକରଣ ବିକ୍ରି କରୁଛି।
ଯେପରିକି ରେଫ୍ରିଜରେଟର, ୱାଶିଂ ମେସିନ୍, ଏୟାର କଣ୍ଡିସନର, ମାଇକ୍ରୋୱେଭ୍ ଓଭନ୍, ୱାଟର ପ୍ୟୁରିଫାୟର୍ ଏବଂ ମିକ୍ସର ଗ୍ରାଇଣ୍ଡର୍ ଏବଂ ଇଲେକ୍ଟ୍ରିକ୍ କୁକର ଭଳି ରୋଷେଇ ଉପକରଣ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ପାନାସୋନିକର ଟିଭି, ହେଡଫୋନ୍, ହୋମ୍ ଥିଏଟର୍ ସିଷ୍ଟମ୍ ଏବଂ କ୍ୟାମେରା ମଧ୍ୟ ବଜାରରେ ଉପଲବ୍ଧ ରହିଛି। ସେହିପରି ବ୍ୟକ୍ତିଗତ ବ୍ୟବହାର ପାଇଁ ଇଲେକ୍ଟ୍ରିକ୍ ସେଭର୍, ହେୟାର୍ ଡ୍ରାୟର୍ ଏବଂ ଟୁଥବ୍ରସ୍ ଭଳି ଉତ୍ପାଦ ମଧ୍ୟ ବଜାରରେ ମିଳୁଛି। ଏସବୁକୁ ବାଦ୍ ଦେଲେ ପାନାସୋନିକ୍ ସୋଲାର ପ୍ୟାନେଲ୍, ଇନଭର୍ଟର, ବ୍ୟାଟେରୀ ଏବଂ କାର୍ ଆସେସୋରିଜ୍ ଭଳି ଜିନିଷ ମଧ୍ୟ ବଜାରରେ ଦେଖିବାକୁ ମିଳିବ।
Comments are closed.