Latest Odisha News

BREAKING NEWS

ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ଆସନ୍ତା ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨ ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରିବେ।

ଏହି ଅଭିଯୋଗ ଶୁଣାଣୀ ପାଇଁ ଅନଲାଇନ ପଞ୍ଜୀକରଣ ୨୭ରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣୀ ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣୀ ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ତେବେ ଉପରୋକ୍ତ ସ୍ଥାନକୁ ଆସିବା ପାଇଁ ନିମ୍ନ ପ୍ରଦର୍ଶିତ QR କୋଡକୁ ମୋବାଇଲ ଫୋନ ଦ୍ଵାରା ସ୍କାନ କରି ଗୁଗଲ ମ୍ୟାପ ସାହାଯ୍ୟରେ ଜନଶୁଣାଣୀ ସ୍ଥଳରେ ପହଞ୍ଚି ପାରିବେ।

Comments are closed.