ନୀଳଗିରି: ନୀଳଗିରି କୁଲଡ଼ିହା ଅଭୟାରଣ୍ୟରୁ ହାତୀ ଦାନ୍ତ ଲୁଟ୍ ଘଟଣାରେ ପୂର୍ବରୁ ଜଣକୁ ଗିରଫ କରିଥିବାବେଳେ, ଆଜି ପୁଣି ଆଉ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ମୁନା ସିଂ ଗିରଫ ହୋଇଥିବା ବେଳେ ଆଜି ତପନ ମାଝୀ, ପଣ୍ଡା ସିଂ ଓ ଲେକେ ସିଂ । ତେବେ ଏହି ଚଢାଉ ବେଳେ ମୁଖ୍ୟ ଆସାମୀ ଖସି ଯାଇଥିବା ସୂଚନା ରହିଛି ।
ଚଢ଼ାଉବେଳେ ହାତୀ କଳ ଦାନ୍ତ, ବଜ୍ରକାପ୍ତା କାତି, ଝିଙ୍କ କାଠୀ, ଅନେକ ଜଙ୍ଗଲୀ ଜନ୍ତୁଙ୍କ ଛାଲ, ହାଡ ଓ ସିଂଘ, ୩ଟି ବନ୍ଧୁକ, ଗନପାଉଡର ଓ ଶିକାରରେ ବ୍ୟବହୃତ ଅନେକ ସରଞ୍ଜାମ ଜବତ ହୋଇଛି ।
ସୂଚନା ମୁତାବକ, ଗତ ୧୫ ତାରିଖରେ ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କୁଲଡ଼ିହା ବିଟ୍-୨ ଅଧୀନ ତେଲିପାଳ ପଞ୍ଚାୟତ ପୁଟିବନ୍ଧ ନିକଟରେ ଏକ ମୃତ ଦନ୍ତାର ଗଳିତ ଶବ ମିଳିଥିଲା । ହାତୀକୁ ମାରି ଦାନ୍ତ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ଏହାପରେ ତଦନ୍ତ ଯୋରଦାର କରିଥିଲା ବିଭାଗ । ୧୭ ତାରିଖ ଦିନ ପୁଟିବନ୍ଧ ଗ୍ରାମରୁ ଦଶରଥ ସିଂ ଗିରଫ ହୋଇଥିଲା । ତାକୁ ପଚରାଉଚରା କରିବା ପରେ ସେ ଅନ୍ୟ ଅଭିଯୁକ୍ତ ମାନଙ୍କ କଥା କହିଥିଲା ।
Comments are closed.