ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜେଲଖାନା ଛକରେ ବ୍ରାଉନ ସୁଗାର ଜବତ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ନିବାସୀ ଗିରିଜା ଶଙ୍କର ତ୍ରିପାଠୀ (୪୪), ଚୈତନ୍ୟ ମଲ୍ଲିକ (୩୫), ସୁଶାନ୍ତ ବାରିକ (୨୪) ଏବଂ ହେମନ୍ତ ଦେବତା (୫୧) ।
ସେମାନଙ୍କ ନିକଟରୁ ୩୭ ଗ୍ରାମ ଧଳା ଜହର ଏବଂ ଗୋଟିଏ ସ୍ମାର୍ଟ ମୋବାଇଲ ଫୋନ ଜବତ କରାଯାଇଛି ।
ତେବେ ବ୍ରାଉନ ସୁଗାର ଚୋରା ଚାଲାଣ ନେଇ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଗୁପ୍ତ ଭାବେ ସୂଚନା ପାଇଥିଲା । ଏହାପରେ ଧନୁପାଲି ପୋଲିସ ସହାୟତାରେ ସ୍ଥାନୀୟ ଜେଲଖାନା ଛକ ଠାରେ ଯାଞ୍ଚ ଆରମ୍ଭ କରିଥିଲା ଅବକାରୀ ବିଭାଗ । ଏହି ସମୟରେ ଏକ କାରରୁ ୩୭ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ ସ୍ମାର୍ଟ ମୋବାଇଲ ଫୋନ ଜବତ କରାଯାଇଥିଲା ।
ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛି ଅବକାରୀ ବିଭାଗ ।
Comments are closed.