Latest Odisha News

BREAKING NEWS

ଚତୁର୍ମାସ ସମୟରେ ଶନିଙ୍କ ଓଲଟା ଚଳନ;୪ ରାଶିଙ୍କୁ ମିଳିବ ଲାଭ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଚତୁର୍ମାସର ବହୁତ ଗୁରୁତ୍ୱ ରହିଛି। ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯାଆନ୍ତି । ଚଳିତ ବର୍ଷ ଚତୁର୍ମାସ ୬ ଜୁଲାଇ (ରବିବାର)ଠାରୁ ଆରମ୍ଭ ହେଉଛି ଓ ୧ ନଭେମ୍ବର ୨୦୨୫ରେ ଶେଷ ହେବ । ତେବେ ଚଳିତ ବର୍ଷ ଚତୁର୍ମାସରେ ଶନିଦେବ ଓଲଟା ଚଳନ ଅବସ୍ଥାରେ ରହିବେ, ଅର୍ଥାତ୍ ଓଲଟା ଦିଗରେ ଗତି କରିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଓଲଟା ଚଳନ କରନ୍ତି, ସେତେବେଳେ କିଛି ରାଶିଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଏ । ତେବେ ଏହି ପ୍ରଭାବରେ ୪ ରାଶିଙ୍କ ଖରାପ ସମୟ ଶେଷ ହୋଇଯିବ ।

ଆସନ୍ତୁ ଜାଣିବା ଶନିଙ୍କ ଓଲଟା ଚଳନ ୪ ରାଶିଙ୍କ ଭାଗ୍ୟରେ କ’ଣ ବଡ଼ ପରିବର୍ତ୍ତନ ଆଣିବ…

କୁମ୍ଭ: ଚତୁର୍ମାସ ସମୟରେ ଆଶ୍ୱସ୍ତି ମିଳିବ । ଅର୍ଥ ଲାଭକ ସମ୍ଭାବନା ରହିଛି । ମାନସିକ ଚିନ୍ତା ହ୍ରାସ ପାଇବ । ଅଟକି ରହିଥିବା କାମ ହେବ କିମ୍ବା ଋଣ ପରିଶୋଧ ହେବ । ବ୍ୟବସାୟରେ ଲାଭ ମିଳିବା ସହ ବ୍ୟବସାୟ ବୃଦ୍ଧି କରିବା ପାଇଁ ଯୋଜନା କରିବେ ।

କର୍କଟ: ଏହି ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ପରିବାରରୁ ସମର୍ଥନ ଏବଂ ସହଯୋଗ ମିଳିବ । କୌଣସି କାମରେ ବାରମ୍ବାର ବିଫଳ ହେଉଥିଲେ ଏବେ ସେହି କାମରେ ସଫଳତା ମିଳିବ । ଘରେ ଶୁଭ କାର୍ଯ୍ୟ ହେବ ।

ମେଷ:ବ୍ୟବସାୟରେ ନୂତନ ସୁଯୋଗ ମିଳିପାରେ । ଅର୍ଥ ସମ୍ବନ୍ଧୀୟ ପୁରୁଣା ବିବାଦର ସମାଧାନ ହେବ । ପ୍ରେମ ଜୀବନ / ବୈବାହିକ ଜୀବନରେ ମଧୁରତା ବଢିବ । ଜବ୍ ଖୋଜୁଥିଲେ ମିଳିବାର ସମ୍ଭାବନା ରହିଛି । କୌଣସି ଆର୍ଥିକ ସଙ୍କଟର ସମାଧାନ ହେବ ।

ମୀନ: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ହଠାତ୍ ଲାଭ ପାଇବେ । ଚାକିରୀ ଖୋଜୁଥିଲେ ମିଳିବାର ସମ୍ଭାବନା ରହିଛି । ସମ୍ପର୍କରେ ମଧୁରତା ବଢିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କାର୍ଯ୍ୟରେ ସଫଳତା ମିଳିବ ।

Comments are closed.