ପୁରୀ: ପୁରୀ ଶରଧାବାଲିରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ମହାନିର୍ଦ୍ଦେଶକ । ଘଟଣାସ୍ଥଳରେ ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ କଲେ ଡିଜିପି ୱାଇ ବି ଖୁରାନିଆ । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ ବୋଲି କହିଲେ ଡିଜିପି । ଭକ୍ତ ମୋବାଇଲ୍ରେ ଫଟୋ ନେବାରୁ ସମସ୍ୟା ହେଉଥିବା ସେ କହିଲେ ଡିଜିପି ।
ସେପଟେ, ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କଲେ ଏସ୍ପି । ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିବା କହିଲେ ଏସପି । ପୋଲିସ ଭିଡ଼ ଭିତରେ ନ ଥିବା କଥା ଠିକ୍ ନୁହେଁ ବୋଲି କହିଛନ୍ତି ଏସ୍ପି ବିନୀତ ଅଗ୍ରଓ୍ବାଲ ।
ଅନ୍ୟପଟେ, ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସ୍ପଷ୍ଟ କଲେ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି, ପହୁଡ଼ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଦେଇଥିଲା । ଭିଡ଼ ପାଇଁ ପ୍ରାୟ ୯ ଜଣ ଅଣନିଶ୍ବାସୀ ହୋଇ ଯାଇଥିଲେ । ମେଡିକାଲ୍ ସୂଚନା ଅନୁସାରେ ୬ ଆହତ ହୋଇଛନ୍ତି, ଭଲ ଅଛନ୍ତି । କିପରି ଘଟିଲା ଅନୁଧ୍ୟାନ କରିବୁ, ଏବେ ଦର୍ଶନ ବ୍ୟବସ୍ଥା ଦେଖୁଛୁ ।
ସୂଚନାଯୋଗ୍ୟ, ଆଜି ଭୋର ପ୍ରାୟ ୪ଟା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ । ଅତ୍ୟଧିକ ଭିଡ଼ ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଯୋଗୁ ରଥ ନିକଟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.