Latest Odisha News

BREAKING NEWS

କିଟ୍ ଓ କିସ୍ ପରିଦର୍ଶନ କଲେ କ୍ରୀଡା ସାମ୍ବାଦିକ ସଂଘର ୪୦ ଜଣିଆ ପ୍ରତିନିଧି ମଣ୍ଡଳ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏକ କନକ୍ଲେଭରେ ଯୋଗ ଦେବାପାଇଁ ଆସିଥିବା ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଏବଂ ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘର ୪୦ ଜଣିଆ ପ୍ରତିନିଧି ମଣ୍ଡଳ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଥିଲେ। ସେମାନେ କିଟ୍ ଓ କିସ୍ ର ସମସ୍ତ କ୍ୟାମ୍ପସ୍ ପରିଦର୍ଶନ କରିବା ସହ କିଟ୍ ଓ କିସ୍ ରେ ଥିବା ଅନ୍ତର୍ଜାତୀୟ ମାନର କ୍ରୀଡା ଭିତ୍ତିଭୂମି ପରିଦର୍ଶନ କରିଥିଲେ।

ଏହି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ ଏବଂ ଓଡିଶା କ୍ରୀଡା ସାମ୍ବାଦିକ ସଂଘର ସଦସ୍ୟମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। କିଟ୍ ଓ କିସ୍ ତଥା ଏହାର କ୍ରୀଡା ଭିତ୍ତିଭୂମି ପରିଦର୍ଶନ କରି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏକ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସହ କ୍ରୀଡ଼ାର ବିକାଶ ଦିଗରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ।

ଏହି ଅବସରରେ ଅଚ୍ୟୁତ ସାମନ୍ତ କ୍ରୀଡା ସାମ୍ବାଦିକ ପ୍ରତିନିଧି ମଣ୍ଡଳ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ କ୍ରୀଡା ମହାନିର୍ଦ୍ଦେଶକ ଡ଼.ଗଗନେନ୍ଦୁ ଦାଶ, ଓଡିଶା କ୍ରୀଡା ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ସୁରେଶ ସ୍ଵାଇଁ ଓ ସଭାପତି ସନ୍ଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.