Latest Odisha News

BREAKING NEWS

ଜୈବିକ ଚାଉଳରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା କୋଠ ଭୋଗ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଜି ଚତୁର୍ଥ ଦିବସ । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ । ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଛି । ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି । ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ ।

ସେପଟେ ଜୈବିକ ଚାଉଳ ବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି କୋଠ ଭୋଗ । କୋରାପୁଟର ପ୍ରଗତି ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅମୃତ ଅନ୍ନରେ ମହାପ୍ରଭୁଙ୍କ ପାଇଁ କୋଠ ଭୋଗ ସହିତ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଥିବା ଅଗଣିତ ଭକ୍ତମାନେ ଯେଭଳି ସୁରୁଖୁରୁରେ ଆଡପ ଅବଢ଼ା ପାଇ ପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛି ନିଯୋଗ । ଉଭୟ ବରାଦି ଅବଢ଼ା ସହ ସାଧାରଣ ଭକ୍ତଙ୍କ ପାଇଁ ଆଡପ ଅବଢ଼ା ପ୍ରସ୍ତୁତ କରାଯାଇଛି । ଆଡପ ମଣ୍ଡପରେ ଆଡପ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ଭକ୍ତ । ପ୍ରଥମକରି ଜୈବିକ ଚାଉଳରେ ଭକ୍ତ ମାନଙ୍କ ପାଇଁ ପ୍ରସ୍ତୁର୍ତ୍ତ କରାଯାଇଛି ମହାପ୍ରସାଦ l

ସେପଟେ ଆଜି ଆଡପମଣ୍ଡପରେ ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି, ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଏହି ଅଧର ପୋଛା ନୀତି ସମ୍ପାଦିତ ହୋଇଥିଲା । ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ପ୍ରାୟ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ ।
ତେବେ ଶରଧାବାଲିରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏଭଳିକି ଭକ୍ତଙ୍କ ଲମ୍ବା ଧାଡ଼ି ଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଲମ୍ବିଥିଲା । ଭକ୍ତ ଶ୍ରଦ୍ଧାଳୁ ତାଳଧ୍ଵଜ ରଥ ପାର୍ଶ୍ଵ ଦେଇ ବ୍ୟାରିକେଡ଼ରେ ରହି ପୁନଶ୍ଚ ଜିକ ଜ୍ୟାକ୍ ବ୍ୟାରିକେଡ଼ ମଧ୍ୟରେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏସପି ପିନାକ ମିଶ୍ର ଓ ଜିଲ୍ଲାପାଳ ଚଞ୍ଚଳ ରଣା ସକାଳୁ ସକାଳୁ ସ୍ଥିତି ଅନୁଧ୍ୟାନ ସହ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଥିଲେ । ସେପଟେ ଆସନ୍ତାକାଲି ପଵିତ୍ର ହେରାପଞ୍ଚମୀରେ ଅଭିମାନୀନି ମା ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଖଣ୍ଡେ ଅଂଶ ଭାଙ୍ଗିବାର ପରମ୍ପରା ରହିଛି ।

Comments are closed.