ଭୁବନେଶ୍ବର: ବର୍ଷା ଋତୁ ଗୋଟିଏ ପଟେ ଆଶ୍ୱସ୍ତି ଆଣିଥାଏ, ଅନ୍ୟପଟେ ଏହା ଚର୍ମ ସମସ୍ୟା ମଧ୍ୟ ସୃଷ୍ଟି କରେ। କ୍ରମାଗତ ଭାବରେ ଆର୍ଦ୍ରତା, ମଇଳା ଏବଂ ଝାଳ ଚର୍ମକୁ ଇରିଟେଟ କରିବା ଆରମ୍ଭ କରେ। ସ୍କିନରେ କୁଣ୍ଡାଇ ହେବା ବ୍ରଣ ଭଳି ଲକ୍ଷଣ ସାଧାରଣ ଭାବେ ଦେଖାଯାଇଥାଏ ।
ମହଙ୍ଗା ପ୍ରଡକ୍ଟ ବଦଳରେ, ଯଦି ଆପଣ ଗାଧୋଇବା ପାଣିରେ କିଛି ପ୍ରାକୃତିକ ଜିନିଷ ମିଶାଇବେ, ତେବେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
-ନିମ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର। କିଛି ନିମ ପତ୍ରକୁ ପାଣିରେ ଫୁଟାଇ ଗାଧୋଇବା ପାଣିରେ ମିଶାନ୍ତୁ। ଏହା ଚର୍ମ ସଂକ୍ରମଣ, ଫଙ୍ଗସ୍ ଏବଂ କୁଣ୍ଡାଇ ସମସ୍ୟା ହେବାରୁ ରକ୍ଷା କରେ।
-ଫିଟିକିରି ଚର୍ମରୁ ମଇଳା ସଫା କରେ ଏବଂ ଜୀବାଣୁକୁ ମାରିଦିଏ। ଗାଧୋଇବା ପାଣିରେ ଚିମୁଟାଏ ଫିଟକିରି ପାଉଡର ମିଶାଇଲେ ଝାଳ ଦୁର୍ଗନ୍ଧ ଏବଂ କୁଣ୍ଡାଇ ହେବା ଉଭୟ ସମସ୍ୟାରୁ ମୁକ୍ତି ମିଳିଥାଏ।
-ବେକିଙ୍ଗ ସୋଢା ଚର୍ମର pH ସନ୍ତୁଳନ ବଜାୟ ରଖେ ଏବଂ ସ୍କିନ ଆଲର୍ଜି କମ କରେ। ଏକ ବାଲ୍ଟି ପାଣିରେ ଗୋଟିଏ ଚାମଚ ବେକିଙ୍ଗ ସୋଡ଼ା ମିଶାନ୍ତୁ । ଏହା କୁଣ୍ଡାଇ ହେବା ଏବଂ ଜ୍ୱଳନରେ ବହୁତ ପ୍ରଭାବଶାଳୀ।
-ଗୋଲାପ ଜଳ ଚର୍ମକୁ ଥଣ୍ଡା କରିଥାଏ ଏବଂ ସ୍କିନ ସମସ୍ୟାରୁ ମୁକ୍ତି ଦେଇଥାଏ। ଗାଧୋଇବା ପାଣିରେ ଅଧ କପ୍ ଗୋଲାପ ଜଳ ମିଶାଇ ଗାଧୋଇଲେ ଚର୍ମକୁ ସତେଜତାର ଅନୁଭବ ମିଳେ ।
-ହଳଦୀ ଆଣ୍ଟିସେପ୍ଟିକ୍ ଏବଂ ଚର୍ମର ପ୍ରଦାହ କମ କରିବାରେ ସାହାଯ୍ୟ କରେ। ପାଣିରେ ଚିମୁଟାଏ ହଳଦୀ ମିଶାଇ ଗାଧୋଇବା ଦ୍ୱାରା ଚର୍ମ ସଫା ଏବଂ ସୁସ୍ଥ ରହିଥାଏ।
-ଆପଲ୍ ସାଇଡର୍ ଭିନେଗାର୍ ଚର୍ମର ଜୀବାଣୁ ଏବଂ ଫଙ୍ଗସ୍ ମାରିଦିଏ। ଏକ ବାଲ୍ଟି ପାଣିରେ ଏକ କ୍ୟାପ ଭିନେଗାର୍ ମିଶାଇ ଗାଧୋଇଲେ ଚର୍ମର ଜ୍ୱଳନରୁ ମୁକ୍ତି ପାଇବେ।
ଟିକିଏ ସତର୍କତା ଏବଂ ପରିଷ୍କାର ପରିଚ୍ଛନ୍ନତା ଆପଣଙ୍କୁ ଚର୍ମ ସମସ୍ୟାରୁ ରକ୍ଷା କରିପାରିବ।
Comments are closed.