Latest Odisha News

BREAKING NEWS

ମଝି ଆକାଶରେ ହଠାତ୍ ୨୬୦୦୦ ଫୁଟ୍ ତଳକୁ ଖସିଲା ବିମାନ, ଭୟରେ ଶେଷ ମେସେଜ ଲେଖିଲେ ଯାତ୍ରୀ…

ସାଂଘାଇ: ଚୀନ୍‌ର ସାଂଘାଇରୁ ଜାପାନର ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସରେ ହଠାତ୍ ଏପରି କିଛି ଘଟିଥିଲା ଯାହାଦ୍ଵାରା ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା।

ସୂଚନା ଅନୁଯାୟୀ ବିମାନଟି ୩୬୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ହଠାତ୍ ବିମାନଟି ନିୟନ୍ତ୍ରଣ ହରାଇ ମାତ୍ର ୧୦ ମିନିଟ୍‌ ମଧ୍ୟରେ ୨୬୦୦୦ ଫୁଟ ତଳକୁ ଖସି ଆସିଥିଲା। ତେବେ ଭୂମିରୁ ୧୦୫୦୦ ଫୁଟ ଉଚ୍ଚତାରେ ପହଞ୍ଚିବା ମାତ୍ରେ ପାଇଲଟ୍ ବିମାନକୁ ନିୟନ୍ତ୍ରଣ କରିପାରିଥିଲେ ଏବଂ ପରେ ତୁରନ୍ତ କାନସାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସେହି ସମୟରେ କ୍ରୁ ଯାତ୍ରୀମାନଙ୍କୁ ସେମାନଙ୍କର ଅକ୍ସିଜେନ୍ ମାସ୍କ ଲଗାଇବାକୁ କହିଥିଲେ। କିନ୍ତୁ ଅନେକ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ।

ତେବେ ଜାପାନ ଏୟାରଲାଇନ୍ସର ଏହି ବିମାନ ବୋଇଂ ୭୩୭ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ସେହି ସମୟରେ ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ। ବିମାନଟିକୁ ଓସାକାରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା। ତେବେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଗୋଟିଏ ରାତି ରହିବାର ବ୍ୟବସ୍ଥା କରିଦିଆଯାଇଥିଲା ଓ ଏଥିସହିତ ସେମାନଙ୍କୁ ଟୋକିଓ ଯିବା ପାଇଁ ୧୫୦୦୦ୟେନ (୧୦୪ ଡଲାର) କ୍ଷତିପୂରଣ ବାବଦରେ ମଧ୍ୟ ଦିଆଯାଇଥିଲା।

Comments are closed.