Latest Odisha News

BREAKING NEWS

ଜିଏସଟି ରିଟର୍ଣ୍ଣ ଦାଖଲ ନକଲେ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ !

ନୂଆଦିଲ୍ଲୀ: ଜିଏସଟି ରିଟର୍ଣ୍ଣ (ଵସ୍ତୁ ଓ ସେବା କର ରିଟର୍ଣ୍ଣ) ଦାଖଲ ନକରିବା ଏବେ କାରବାର କରୁଥିବା ଲୋକଙ୍କ ପାଇଁ ଭାରୀ ପଡିବ |

ମିଡ଼ିଆ ରିପୋର୍ଟ ଅନୁସାରେ, ଜିଏସଟି ରିଟର୍ଣ୍ଣ ଦାଖଲ ନକରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇପାରେ ବା ତାଙ୍କ ରେଜିଷ୍ଟ୍ରେସନ ବାତିଲ ହୋଇପାରେ | ଜିଏସଟି ରିଟର୍ଣ୍ଣ ଦାଖଲ ନକରିବା ମାମଲାରେ ବିତ୍ତ ମନ୍ତ୍ରାଳୟ ଏହାକୁ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜର (ଏସଓପି)ର ଏକ ଅଂଶ କରିଦେଇଛି |

କରଦାତାଙ୍କୁ ମାସିକ ରୂପରେ (ସାଧାରଣ ଯୋଗଣକାରୀ) ବା ତ୍ରୟମାସିକ (କମ୍ପୋଜିସନ ସ୍କିମ ଚୟନ କରିଥିବା ଯୋଗଣକାରୀ କ୍ଷେତ୍ରରେ) ଜିଏସଟି ରିଟର୍ଣ୍ଣ ଦାଖଲ କରିବା ଜରୁରୀ ଅଟେ | ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ପାଖାପାଖି ୨୦ ପ୍ରତିଶତ ଜିଏସଟି ଏସେସି ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ | ଏହାଦ୍ୱାର ସରକାରଙ୍କ ରାଜସ୍ୱ ପ୍ରଭାବିତ ହୁଏ | ସେଣ୍ଟ୍ରାଲ ବୋର୍ଡ଼ ଅଫ ଇନଡାଇରେକ୍ଟ ଟ୍ୟାକ୍ସେଜ ଆଣ୍ଡ କଷ୍ଟମ (ସିବିଆଇସି) ଜିଏସଟି ଭରଣା ରେ ଖିଲାପିକାରୀଙ୍କୁ ମୁକାବିଲା କରିବା ପାଇଁ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ତିଆରିକରିଛନ୍ତି |

ଯଦି ନିର୍ଦ୍ଧାରିତ ତାରିଖରେ ଜିଏସଟି ଦାଖଲ କରାଯିବାର ଖିଲାପ କଲେ ଡିଫଲ୍ଟର୍ସ ପାଖକୁ ସିଷ୍ଟମ ଦ୍ୱାରା ଜାରୀ ନୋଟିସ ପଠା ଯିବ | ଯଦି ଜିଏସଟି ବେକେୟା ରାଶୀ ଭରଣା ପାଞ୍ଚ ଦିନ ମଧ୍ୟରେ କ୍ଲିୟର କରାନଗଲେ ତାପରେ ଫର୍ମ ୩-ଏ ରେ ଆଉ ଏକ ନୋଟିସ ପଠାଯିବ | ଏହି ନୋଟିସର ୧୫ ଦିନ ଭିତରେ ଭରଣା କରିବା ଅନିର୍ବାଯ୍ୟ ଅଟେ | ଯଦି ଏହି ପନ୍ଦର ଦିନ ଭିତରେ ଏହି ଜିଏସଟି ଭରଣା କରାନଯାଏ, ତାହାଲେ ଉକ୍ତ ବ୍ୟକ୍ତିର କର ସମ୍ପର୍କୀୟ ହିସାବ ଜଣେ ଅଧିକାରୀ କରିବେ | ପୁଣି ସେହି ଅଧିକାରୀ ଫର୍ମ ଜିଏସଟି ଏଏସଏମଟି-୧୩ ଜାରୀ କରି ରିଟର୍ଣ୍ଣ ରିକଭରୀ କରିବାକୁ ଆଦେଶ ଦେବେ |

ଜିଏସଟି ଆକ୍ଟର ସେକ୍ସନ ୨୯ ଅନୁଯାୟୀ ଦିଆଯାଇଥିବା ସମୟସୀମା ଭିତରେ ଯଦି ଭରଣା ନକରାଯାଏ ତାହାଲେ ସେହି ଅଧିକାରୀ ରେଜିଷ୍ଟ୍ରେସନ କ୍ୟାନସେଲ କରିବାପାଇଁ ପଦକ୍ଷେପ ନେଇପାରିବେ | ଜିଏସଟି ଆକ୍ଟ ର ସେକ୍ସନ ୮୩ ଅନୁସାରେ କମିଶନର ଅସ୍ଥାୟୀ ରୂପେ ଜବତ କରିପାରିବେ ଯାହାଦ୍ଵାରା ରାଜସ୍ୱ କ୍ଷତି ନହେବ | ଏହି ଆକ୍ଟରେ ସ୍ପଷ୍ଟ କରିଦିଆଯାଇଛି ଯେ ଜିଏସଟି କରଦାତାଙ୍କୁ ନିଜର କଥା ଶୁଣିବାର ଅବସର ନଦେବା ବିନା ଜିଏସଟି ରେଜିଷ୍ଟ୍ରେସନ ବାତିଲ କରିପାରିବେ ନାହିଁ |

 

Leave A Reply

Your email address will not be published.