ଭୁବନେଶ୍ୱର: ୨୪ ଘଣ୍ଟା ପ୍ରବଳ ବର୍ଷିବ। ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷ । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।
ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୭ ତାରିଖ ପରଠାରୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ। ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବର୍ଷା ଜାରି ରହିଥିବା ବେଳେ ଆହୁରି ୨ଟି ଘୂର୍ଣ୍ଣିବଳୟ ଆଗକୁ ରହିଛି। ଜୁନ୍ ୨୬ରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତାଠାରୁ ଅଧିକ ହୋଇଛି।
Comments are closed.