Latest Odisha News

BREAKING NEWS

ଶରଧାବାଲି ଦଳାଚକଟା ଭିଡିଓ ପଠେଇବାକୁ ଅପିଲ୍ କଲେ ଅନୁ ଗର୍ଗ

ଭୁବନେଶ୍ବର:ପୁରୀର ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ନେଇ ଉନ୍ନୟନ କମିଶନର ତଥା ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ ଚାହୁଁଛନ୍ତି ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ । ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ।

ଶରଧାବାଲିରେ ଘଟିଥିବା ଦଳାଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି। ଏହି ତଥ୍ୟଗୁଡ଼ିକ ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ସହାୟକ ହେବ ବୋଲି ଅନୁ ଗର୍ଗ ଆଶା କରିଛନ୍ତି।

 

Comments are closed.