Latest Odisha News

BREAKING NEWS

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା

ଭୁବନେଶ୍ବର: ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା।

ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି। ଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି।

ସେପଟେ ଅକ୍ଟୋବର ୨୦୧୯ରେ ମାଦ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ପ୍ୟାରେଣ୍ଟସ୍ ସାପଗୁଡ଼ିକୁ ଅଣାଯାଇଥିଲା । ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି ।

Comments are closed.