ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଳକନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଭୂସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି । ରୁଦ୍ରପ୍ରୟାଗ ଓ ଚମୋଲୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ବଦ୍ରିନାଥ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ଭୂସ୍ଖଳନ ପରେ ବନ୍ଦ ରଖାଯାଇଛି । ଗୌରୀକୁଣ୍ଡରେ ଭଗ୍ନାବଶେଷ ହଟାଇବା କାମ ଜାରି ରହିଛି । ସମସ୍ତ କାର୍ଯ୍ୟ ଶେଷ ପରେ ପୁଣି ଯାତ୍ରା ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ତଥାପି ଅଳକନନ୍ଦା ନଦୀ ଏବେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।
କିଛି ଦିନ ତଳେ ସୋନପ୍ରୟାଗରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା । ଏଥିରେ କେଦାରନାଥରୁ ଫେରୁଥିବା ୪୦ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିଛି ସ୍ଥାନରେ ବାଦଲ ଫଟା ବର୍ଷା ମଧ୍ୟ ହୋଇଛି ।
#WATCH | Heavy rainfall in Rudraprayag and adjacent areas of Uttarakhand has increased the water flow in the Alaknanda River. However, the river is still flowing below the danger mark.
#Uttarakhand pic.twitter.com/z3goASQeKO
— ANI (@ANI) July 7, 2025
ପାଣିପାଗ ବିଭାଗ ଆଜି ରୁଦ୍ରପ୍ରୟାଗ ଏବଂ ଚାମୋଲି ଜିଲ୍ଲା ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି । ଉତ୍ତରାଖଣ୍ଡର ୪ ଜିଲ୍ଲାକୁ ଭୂସ୍ଖଳନ ପାଇଁ ଚେତାବନୀ ଜାରି କରାଯାଇଛି । ବିଭାଗ ୭ ଓ ୮ ଜୁଲାଇରେ ଉତ୍ତରାଖଣ୍ଡର ଟିହରୀ, ରୁଦ୍ରପ୍ରୟାଗ, ଚମୋଲି ଓ ଉତ୍ତରକାଶୀରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି ।
ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ, ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି । ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି ।
Comments are closed.