ପୁରୀ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ପୁରୀରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୧ ତାରିଖରେ ବିରୋଧି ଦଳ ନେତା ସାଂସଦ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ବରେ ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓଡ଼ିଶାର ମହିଳା ଶିଶୁ ଚାଲାଣ ଏବଂ ୧୦ମ ଶ୍ରେଣୀ ସ୍କୁଲ ଛାତ୍ରୀ ସନ୍ତାନ ପ୍ରସବ କରିବା ଆଦି ଦୁଃଖଦ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ। ଏବଂ ରଥଯାତ୍ରାରେ ହୋଇଥିଲା ଅନିୟମିତତା ସଂପର୍କରେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ସେହିପରି ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି ଓଡ଼ିଶା ବିଧାନସଭାରେ ତାଙ୍କ ପ୍ରତି ହୋଇଥିବା ଆକ୍ରୋଶ ମୂଳକ ବ୍ୟବହାର କଥା ରଖିବା ସହିତ ଦଳର ସମସ୍ତ କର୍ମୀ ମାନଙ୍କୁ କଂଗ୍ରେସ କରିଥିବା ଉନ୍ନତି କରଣ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ ଦେଲେ।
ପିସିସି ସଂପାଦକ ଶିଳ୍ପିଶ୍ରୀ ହରିଚନ୍ଦନ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ରଙ୍କ ଉପସ୍ଥିତିରେ ପିସିସି ସଭ୍ୟ ସୁଜିତ ମହାପାତ୍ର ପୁରୀ ଜିଲ୍ଲା ସମସ୍ତ ବ୍ଲକ୍ କଂଗ୍ରେସ ସଭାପତି ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ନିଜର ଆଭିମୁଖ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ଉତ୍ତମ ଆଚାର୍ଯ୍ୟ, ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ଗୋପ ବ୍ଲକ ସଭାପତି ନିଳମଣି ପ୍ରଧାନ, ବିଶ୍ବଭୂଷଣ ଦାସ, ପ୍ରେମାନନ୍ଦ ମହାନ୍ତି, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଭାସ୍କର ସେଠ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମନୋଜ କୁମାର ରଥ, ଅବଧୂତ ସ୍ବାଇଁ, ବିପିନ ମହାନ୍ତି, ସୈମ୍ୟକାନ୍ତ ଖୁଣ୍ଟିଆ, ଲଲାଟେନ୍ଦୁ ଦାସ, ମିତ୍ରଭାନୁ ମହାପାତ୍ର, ପ୍ରେମଜିତ ମହାନ୍ତି, ରାମଚନ୍ଦ୍ର ସାହୁ, ମନୋଜ କୁମାର ସାହୁ, ନିର୍ମଳ ପରିଡ଼ା, ଆର୍ତ୍ତତ୍ରାଣ ସାହୁ, ବିଷ୍ଣୁପ୍ରସାଦ ମିଶ୍ର, ନଗର କଂଗ୍ରେସ ‘ଖ’ ସଭାପତି ଅମରେନ୍ଦ୍ର ପାଇକରାୟ , ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ନିମାପଡ଼ା ବ୍ଲକ ସଭାପତି କାଳନ୍ଦି ବାରିକ, ଶ୍ରୀବତ୍ସ ମିଶ୍ର, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ଜିବେଶଚନ୍ଦ୍ର ରଥ, ଉମାକାନ୍ତ ବେହେରା, ଦୁର୍ଗାପ୍ରସାଦ ସାମନ୍ତରାୟ, ଚେତନ ମିଶ୍ର, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ବିଶ୍ବରଂଜନ ମହାପାତ୍ର, ସୈମ୍ୟକାନ୍ତ ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Comments are closed.