ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍। ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୬ ଦଫା ଦାବି ପୂରଣ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବି ଆନ୍ଦୋଳନ ଜାରି ରହିଛି। ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଶା କରୁଛି ଡ୍ରାଇଭର ସଂଘ। ଅନ୍ୟରଟେ ଆଜିଠୁ ରାଜ୍ୟର ସମସ୍ତ ପେଟ୍ରୋଲ୍ ପମ୍ପ୍ରେ ତେଲ ସଙ୍କଟ ଆଶଙ୍କା ରହିଛି। ଏପରି ଆଶଙ୍କା କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ।
ଆଜି ଅନେକ ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବ ବୋଲି କହିଛନ୍ତି ସଞ୍ଜୟ ଲାଠ। ଆଜିଠାରୁ ରାଜ୍ୟରେ ତେଲ କ୍ରାଇସିସ୍ ଦେଖିବାକୁ ମିଳିପାରେ। ଯଦି ତେଲ ପରିବହନ ବନ୍ଦ ରହିବ, ତେବେ ଜଟିଳ ସମସ୍ୟା ସୃଷ୍ଟି ହେବ। ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ଏପରି ସମସ୍ୟା ହୋଇପାରେ। ଉତ୍କଳ ପେଟ୍ରୋଲିୟମ ଡିଲରସ ଆସୋସିଏସନ ସଭାପତି ସଞ୍ଜୟ ଲାଠ କହିଛନ୍ତି ଯେ ପେଟ୍ରୋଲ ଟାଙ୍କିକୁ ଗାଡି ନ ଆସିଲେ ଆଜିଠାରୁ ତୈଳର ଅଭାବ ଦେଖାଦେବ।
ସେ କହିଛନ୍ତି ଯେ ଅନେକ ପେଟ୍ରୋଲ ଟାଙ୍କିରେ ଖାଲି ହୋଇଯିବ ପେଟ୍ରୋଲ ଡିଜେଲ। ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଲେ ତୈଳ ପରିବହନ ପାଇଁ ହସ୍ତକ୍ଷେପ କରିବେ ଜିଲ୍ଲା ଏସପି। ତୈଳ ଯୋଗାଣରେ ଡ୍ରାଇଭରମାନେ ସହଯୋଗ କରୁନଥିବାରୁ ଗୁରୁତର ଭାବେ ଏହା ପ୍ରଭାବିତ ହୋଇଛି।
Comments are closed.