ପୁରୀ: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ। H5N1 ଆଭିଏନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍। ଡେଲାଙ୍ଗର ବଡ଼ା ଆଙ୍କୁଲା ଗାଁ ଭାଇରସ୍ର ଏପିସେଣ୍ଟର୍। ଏପିସେଣ୍ଟର୍ର ଏକ କିଲୋମିଟର ମଧ୍ୟରେ ହେବ କଲିଂ। କଲିଂ କେନ୍ଦ୍ରରୁ ୧୦ କି.ମି ମଧ୍ୟରେ ନଜର ରଖାଯିବ। ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ ରହିବ।
ତେବେ ଉକ୍ତ ଅଞ୍ଚଳରେ ବାର୍ଡ଼ ଫ୍ଲୁ ବ୍ୟାପୁଛି। ଭୋପାଳରୁ ରକ୍ତ ନମୁନାର ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ ଟି ସ୍ଥାନକୁ ନିଷେଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ପ୍ରଶାସନ ପକ୍ଷରୁ ୬୫୦୦ କୁକୁଡ଼ା ମରାଯିବ ବୋଲି କୁହାଯାଉଛି।
ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଥିବା ଜୀବଙ୍କ ଉପରେ କଡ଼ା ନଜର ରଖାଯିବ। ଏନେଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୋମନାଥ ଦାସ ସୂଚନା ପ୍ରଦାନ କରାଯାଇଛି।
Comments are closed.