Latest Odisha News

BREAKING NEWS

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି; ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନରେ ଲାଗିବ ସିସିଟିଭି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଭାରତୀୟ ରେଳବାଇ ସାରା ଦେଶରେ ଚାଲୁଥିବା ଟ୍ରେନର ୭୪,୦୦୦ରୁ ଅଧିକ ପାସେଞ୍ଜର୍ କୋଚ୍ ଏବଂ ୧୫,୦୦୦ ଲୋକୋମୋଟିଭ୍ ଇଞ୍ଜିନରେ ହାଇଟେକ୍ ସିସିଟିଭି କ୍ୟାମେରା ଲଗାଇବା ନେଇ ଯୋଜନା ଆରମ୍ଭ କରିଛି।

ସୂଚନା ଅନୁଯାୟୀ ପ୍ରତ୍ୟେକ କୋଚ୍‌ରେ ଚାରିଟି ଏବଂ ପ୍ରତ୍ୟେକ ଲୋକୋମୋଟିଭ୍‌ରେ ଛଅଟି କ୍ୟାମେରା ଲଗାଯିବ। ଏଥିସହିତ ପ୍ରବେଶ ପଥ ଏବଂ ସାଧାରଣ ଅଞ୍ଚଳରେ ଯାତ୍ରୀ କୋଚ୍‌ରେ ଦୁଇଟି କ୍ୟାମେରା ଲଗାଯିବ। ଯାହା ଦ୍ୱାରା ଯାତ୍ରୀମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ।

ହାଇଟେକ୍ କ୍ୟାମେରା ଗୁଡ଼ିକ ବିଶେଷ କରି କମ୍ ଆଲୋକରେ ମଧ୍ୟ ଉଚ୍ଚ ଗୁଣବତ୍ତାର ରେକର୍ଡିଂ କରିପାରିବ। ଯାହାଦ୍ଵାରା ନଜର ରଖିବା ସହଜ ହୋଇପାରିବ। ଏହାଛଡା ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ ଗୁଡ଼ିକର ମଧ୍ୟ ଉନ୍ନତମାନର ଭିଡିଓ ରେକର୍ଡିଂ କରାଯାଇପାରିବ। ନିକଟରେ ଟ୍ରେନ ଭିତରେ ଅପରାଧର ସଂଖ୍ୟା ବଢିବାରେ ଲାଗିଛି, ଖାସ କରି ମହିଳା ମାନଙ୍କ ଉପରେ।ତେଣୁ ରେଳବାଇ ଦ୍ଵାରା ଏପରି ପଦକ୍ଷେପ ଅପରାଧକୁ ରୋକିବାରେ ନିଶ୍ଚୟ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

କିଛି ଦିନ ପୂର୍ବରୁ ପାନିପତରେ ଏକ ଟ୍ରେନ ଭିତରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା ଓ ପରେ ତାଙ୍କୁ ରେଳ ଟ୍ରାକରେ ଫିଙ୍ଗି ଦିଆଯାଇଥିଲା। ଯାହାଫଳରେ ମହିଳା ଜଣକ ତାଙ୍କର ଗୋଟେ ଗୋଡ଼ ହରାଇଥିଲେ।

ଅକ୍ଟୋବର ୨୦୨୬ ସୁଦ୍ଧା ଦେଶର ସମସ୍ତ ରେଳ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

 

Comments are closed.