Latest Odisha News

BREAKING NEWS

‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ଜଗତର ଦିବଙ୍ଗତ କଳାକାର ସୁପରଷ୍ଟାର ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ରବିବାର ଦିନ ରାଷ୍ଟ୍ରପତି ଭବନଠାରେ ଅମିତାଭଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏହି ଲେଜେଣ୍ଡାରୀ ଅଭିନେତାଙ୍କୁ ‘ଦାଦା ସାହେବ ଫାଲକେ’ ଭଳି ଏକ ସମ୍ମାନରେ ସମ୍ମାନିତ କରାଯାଇଥିବା ଅମିତାଭ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପଦ ରଖିଥିବା ବିଗ ବି ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ନିଜ ଯାଦୁ ଦେଖାଇଛନ୍ତି ।ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ନିମନ୍ତେ ଅମିତାଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.