ବାଲେଶ୍ୱର: ଫୋକିର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣରେ କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ ହୋଇଛି। ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
ବାଲେଶ୍ବର ସହଦେଵ ଖୁଣ୍ଟା ଥାନାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିଛନ୍ତି। କଲେଜ ନିକଟରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ଡିସିପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ମାଲାର ତଦନ୍ତ କରୁଛି।
ଅନ୍ୟପଟେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃ୍ତ୍ୟୁ ଘଟଣାରେ ସବୁଠି ଉଠିଛି ନ୍ୟାୟ ପ୍ରଦାନର ସ୍ୱର। ରାଜ୍ୟରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଏନେଇ ଘେରିଥିବା ବେଳେ ଆଜି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦେଇଛି। ବାଲେଶ୍ୱରରେ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ୍ ଓ ସମର୍ଥିତ ବାମପନ୍ଥୀ ଦଳ ବନ୍ଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସ୍କୁଲ , ଯାନବାହନ , ସରକାରୀ ଓ ବେସରକାରୀ କାର୍ଯ୍ୟଳୟ, ବ୍ୟବସାୟିକ ଅନୁଷ୍ଠାନ ଓ କୋର୍ଟ କଚେରୀ ବନ୍ଦ ରହିଛି।
Comments are closed.