Latest Odisha News

କପିଲ ଶର୍ମା ଶୋ ଅଧାରୁ କାହିଁକି ପଳାଇଲେ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା

ମୁମ୍ବାଇ: କପିଲ ଶର୍ମା ବର୍ତ୍ତମାନ୍ ନିଜର କମେଡି ଶୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ୍ ସେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ତୃତୀୟ ସିଜିନ୍ ର ସୁଟିଂ ଆରମ୍ଭ କରିସାରିଛନ୍ତି। ତାଙ୍କ ଶୋକୁ ଅନେକ ସେଲେବ୍ରିଟୀ ମଧ୍ୟ ଆସୁଛନ୍ତି।

ନିକଟରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ଏହି ଶୋରେ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। ହେଲେ କପିଲ ଶର୍ମା ଶୋ ଅଧାରୁ ପଳାଇଥିଲେ ପରିଣୀତି ଚୋପ୍ରା ଓ ରାଘବ ଚଡ୍ଡା।

ତେବେ ଭିରାଲ ଭୟାନି ନିଜ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ ଶୁକ୍ରବାର  ଏହି ଶୋ ର ସୁଟିଂ ସମୟରେ ସାଂସଦ ରାଘବ ଚଡ୍ଡାଙ୍କ ମାଆ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଯାହା ଫଳରେ ଉଭୟଙ୍କୁ ଶୋ ମଝିରେ ହିଁ ଛାଡ଼ିବାକୁ ପଡ଼ିଥିଲା ଓ ପରେ ରାଘବଙ୍କ ମା ଙ୍କୁ ହସ୍ପିଟାଲ ନିଆଯାଇଥିଲା।

ତେବେ ଏହାର ପରବର୍ତ୍ତୀ ସୁଟିଂ କେବେ ହେବ ଏନେଇ ଶୋ’ର ପ୍ରଡକ୍ସନ୍ ଟିମ୍ ନିଷ୍ପତ୍ତି ନେବେ। କପିଲ ଶର୍ମାଙ୍କ ଏହି ଶୋ’ରେ ସଲମାନ ଖାନ ପ୍ରଥମ ଅତିଥି ଥିବା ବେଳେ ଦ୍ୱିତୀୟ ଏପିସୋଡରେ ‘ମେଟ୍ରୋ ଇନ୍ ଦିନୋ’ର କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା। ପରେ କ୍ରିକେଟର ରିଷଭ ପନ୍ତ, ଚହଲ ଏବଂ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ  ଆଜିର ୧୮ ତମ ଏପିସୋଡରେ ‘ସନ୍ ଅଫ୍ ସର୍ଦ୍ଦାର ୨’ର ଟିମ୍ ଅଜୟ ଦେବଗନ, ମୃଣାଳଙ୍କୁ ଦେଖିବାକୁ ମିଳିବ।

 

Comments are closed.