Latest Odisha News

BREAKING NEWS

ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ 

ଦୋହା: କେରଳର କୋଝିକୋଡରୁ କତାରର ରାଜଧାନୀ ଦୋହା ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।

ଯାହା ପରେ ପାଇଲଟ୍ ବିମାନର ତ୍ରୁଟି ବିଷୟରେ ATC (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ)କୁ ଜଣାଇଥିଲେ। ଏହା ପରେ ବିମାନଟିକୁ କେରଳର କୋଝିକୋଡ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା।

ସୂଚନା ଅନୁଯାୟୀ, ବୋଇଂ B738 ମଡେଲ ବିମାନଟି ସକାଳ ୮.୫୦ ରେ ଉଡ଼ାଣ କରିବାର ଥିଲା। କିନ୍ତୁ ସକାଳ ୯ଟା ୧୭ରେ ଉଡ଼ାଣ ଭରିବା ପରେ ବିମାନକୁ ଫେରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନ ନମ୍ବର IX 375 ରେ ପାଇଲଟ ଏବଂ କ୍ରୁ ସମେତ ୧୮୮ ଜଣ ଲୋକ ଥିଲେ। ଅଧିକାରୀ କହିଛନ୍ତି ଯେ ବିମାନର କ୍ୟାବିନ ଏସୀରେ କିଛି ଯାନ୍ତ୍ରିକ ସମସ୍ୟା ଥିଲା। ଏହା ଜରୁରୀକାଳୀନ ଅବତରଣ ନଥିଲା।

ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି ଯେ ଆମର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣ ପରେ କେରଳର କୋଝିକୋଡକୁ ଫେରି ଆସିଥିଲା। ଆମେ ପ୍ରାଥମିକତା ଭିତ୍ତିରେ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରିଥିଲୁ।

 

Comments are closed.