Latest Odisha News

BREAKING NEWS

ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ, ୨୪ରୁ ଭିସା ଆରମ୍ଭ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେଉଛି। ଫଳରେ ଭାରତ ସରକାର ଦୀର୍ଘ ପାଞ୍ଚ ବର୍ଷ ପରେ ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କାର୍ଯ୍ୟ ଗୁରୁବାର ଅର୍ଥାତ୍ ଜୁଲାଇ ୨୪ରୁ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଗଲୱାନ୍ ଉପତ୍ୟକାରେ ସାମରିକ ସଂଘର୍ଷ ପରେ ସମ୍ପର୍କ ଆହୁରି ଖରାପ ହୋଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। କିନ୍ତୁ ଉଭୟ ଦେଶର କୂଟନୈତିକ ପ୍ରୟାସ ପରେ ସମ୍ପର୍କ ସୁଧୁରିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଚୀନ୍‌ରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ୱେଇବୋରେ ଭିସା ଆବେଦନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ଏହି ବର୍ଷ ଆରମ୍ଭରେ ଉଭୟ ଦେଶ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୈଳାସ ମାନସରୋବର ଯାତ୍ରା କରିବାକୁ ଅନୁମତି ଦେବା ସହିତ ସିଧାସଳଖ ବିମାନ ଚଳାଚଳ ଓ ଭିସା ପ୍ରଦାନ ପ୍ରକ୍ରିୟା ପୁନଃ ଆରମ୍ଭ କରିବାକୁ ନୀତିଗତ ଭାବରେ ସହମତ ହୋଇଥିଲେ।

 

Comments are closed.