ୟାଗଡ଼: ଏକ ବାଇକ୍କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍ ଚାଳକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକେରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।
ଚାପି ହୋଇ ଯାଇ ୨ ଡ୍ରାଇଭର ମୃତ ହୋଇଥିଲା ଓ ହେଲପର ଜଣକ ଛିଟିକି ପଡ଼ି ପ୍ରାଣ ହରାଇଥିଲେ ।
ସୂଚନାମୁତାବକ, ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ଯୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଅଛନ୍ତି ।
ଆସନ୍ତାକାଲି ପୋଷ୍ଟମର୍ଟମ ପରେ ମୃତକଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ।
Comments are closed.