Latest Odisha News

BREAKING NEWS

‘୨୪ ଘଣ୍ଟା ଭିତରେ ଗୁଳି କରି ମାରିବି’, ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ…..

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ମିଳିଲା ହତ୍ୟା ଧମକ ।  ମୋବାଇଲରେ ମେସେଜ ପଠାଇ ଗୁଳି କରି ହତ୍ୟା କରିବାକୁ ମିଳିଲା ଧମକ । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡା କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ସମ୍ରାଟ ଚୌଧାରୀଙ୍କ ଜଣେ ସମର୍ଥକଙ୍କ ମୋବାଇଲରେ ଏକ ମେସେଜ ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ “ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧାରୀଙ୍କୁ ଗୁଳି କରିବି, ମୁଁ ସତ୍ୟ କହୁଛି । ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ହତ୍ୟା ଧମକ ସମ୍ବନ୍ଧୀୟ ମେସେଜ ପାଇବା ପରେ, ସମର୍ଥକ ପୋଲିସକୁ ସୂଚନା ଦେଇଥିଲେ। ଏବେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ତେବେ ସାମ୍ପ୍ରତିକ ସମୟରେ ବିହାରରେ ଅପରାଧିକ ଘଟଣାଗୁଡ଼ିକ ତୀବ୍ର ହେବାରେ ଲାଗିଛି, ଯାହା ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି। ଆଉ ତା ଭିତରେ ଉପମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ କିଏ ଏବଂ କାହିଁକି ଏଭଳି ମେସେଜ ପଠାଇଛି ସେନେଇ କୌଣସି ପତ୍ତା ଲାଗିନାହିଁ ।

ତେବେ ଯଦି ବିହାରର ଅପରାଧିକ ରେକର୍ଡ ଦେଖିବା, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସମ୍ପ୍ରତି ଦାବି ଅନୁଯାୟୀ, ଗତ ସାତ ଦିନରେ ବିହାରରେ ୯୭ ଟି ହତ୍ୟା ଘଟିଛି, ଯେତେବେଳେ ପୋଲିସ ଏହି ସଂଖ୍ୟାକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଜୁଲାଇ ୨୦ ପରଠାରୁ ମାତ୍ର ୪୦ ଟି ହତ୍ୟା ହୋଇଛି। ତେଜସ୍ୱୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିହାରରେ ଗୋଟିଏ ସପ୍ତାହରେ ୯୭ଟି ହତ୍ୟା । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ଅପରାଧୀମାନେ ନିୟନ୍ତ୍ରଣ ବାହାରକୁ । ସମସ୍ତିପୁରରେ ଜଣେ କଏଦୀଙ୍କ ହତ୍ୟା, ସାରଣ ଏବଂ ମୁଜାଫରପୁରରେ ବ୍ୟବସାୟୀଙ୍କ ହତ୍ୟା, ବେଗୁସରାଇରେ ଜଣେ ବ୍ୟବସାୟୀଙ୍କ ହତ୍ୟା, ସମସ୍ତିପୁରରେ ଜଣେ ସରପଞ୍ଚଙ୍କ ହତ୍ୟା, ଆଇଟିବିପି ଯବାନଙ୍କ ହତ୍ୟା, ଗୟାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଅପହରଣ ଏବଂ ହତ୍ୟା, ପାଟନାରେ ଜଣେ ମହିଳାଙ୍କ ଗୁଳିମାଡ଼, ଦୁଇ ଭାଇଙ୍କ ଉପରେ ଗୁଳିମାଡ଼, ଯେଉଁଥିରେ ଜଣେ ମୃତ୍ୟୁବରଣ କରିଛନ୍ତି। ବିହାରରେ ଅପରାଧୀମାନେ ଶାସନ କରନ୍ତି, କାରଣ ସରକାର ବିଫଳ ହୋଇଛି ।

କହିରଖୁଛୁ, ବିହାରରେ ବିଧାନସଭା ନିର୍ବାଚନ ଆଗକୁ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ବିରୋଧୀ ଦଳ ବଢ଼ୁଥିବା ଅପରାଧ ମାମଲାକୁ ନେଇ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ସରକାର ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଛି କି ନାହିଁ ନା ଅପରାଧୀମାନେ ଏହିପରି ଭାବରେ ସରକାରଙ୍କୁ ଚ୍ୟାଲେଞ୍ଜ କରି ଚାଲିବେ ତାହା ଦେଖିବାକୁ ବାକି ରହିଲା।

Comments are closed.