Latest Odisha News

BREAKING NEWS

ଏମ୍ସରୁ ପୁଣି ଟିକେଟ୍ ଦଲାଲ୍ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବରରୁ ଓପିଡି ଟିକେଟ୍ ଦଲାଲି କରୁଥିବାବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲୋ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସୁରେଶ ପ୍ରଧାନ । ସେ ପାତ୍ରପଡ଼ା ଏମ୍ସ ନଗରରେ ରହିବା ସହ ଏମ୍ସରେ ଓପିଡି ଟିକେଟ୍ ଦଲାଲି କରୁଥିଲା । ବିଶେଷ କରି ଅଣଓଡ଼ିଆ ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭଲ ସେବା ଯୋଗାଇ ଦେବା ଆଳରେ ଟଙ୍କା ଲୁଟି ନେଉଥିଲା ।

ସେହିପରି ଆଜି ସକାଳେ ଲାଇନ୍‌ ରେ ଠିଆ ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା କରି ଯେଉଁ ଡାକ୍ତରଙ୍କ ପାଖରେ ଦେହ ଦେଖାଇବ ସେଠାକୁ ନେଇଯିବି ବୋଲି କହିଥିଲା । ସେମାନଙ୍କ ଠାରୁ ୨ ହଜାର ଟଙ୍କା ମାଗିଥିଲା, ଟଙ୍କା ଦେଲେ ସବୁ ସୁବିଧା କରିଦେବ ବୋଲି କହୁଥିଲା । ଏହା ଦେଖି ଏମ୍ସର ଜଣେ ସିକ୍ୟୁରିଟି ଅଫିସର ତାକୁ ଏଥିରୁ ନିବୃତ ରହିବାକୁ କହି ସେଠାରୁ ଚାଲି ଯିବାକୁ କହିଥିଲେ ।

ହେଲେ ସୁରେଶ ନଯାଇ ତାଙ୍କ ସହ ଯୁକ୍ତି ତର୍କ କରିଥିଲା ଏନେଇ ସିକ୍ୟୁରିଟି କର୍ମଚାରୀମାନେ ଏମ୍ସ ଫାଣ୍ଡି ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କୁ ଖବର ଦେଇଥିଲେ । ଏହାପରେ ପୋଲିସ ସୁରେଶକୁ ଗିରଫ କରିଥିଲେ ।

ତେବେ ଏହା ପୂର୍ବରୁ ମଧ୍ୟ ସମାନ କାଣ୍ଡ ପାଇଁ ଗତ ଜାନୁଆରିରେ ସୁରେଶ ଗିରଫ ହୋଇ ଜେଲ୍ ଯାଇଥିଲା । ପୂର୍ବରୁ ତା’ ନାଁରେ ଖଣ୍ଡଗିରି ଓ ଭରତପୁର ଥାନାରେ ୩ଟି ମାମଲା ରହିଛି ।

Comments are closed.