Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା: ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ

ଭୁବନେଶ୍ୱର: ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩ଟି ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦି ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟା ସ୍ଥିତ ନିୟନ୍ତ୍ରଣରେ ଅଛି। ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ। ବିଶେଷ କରି ୩ଟି ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି।

ବାଲେଶ୍ବର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି। ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ ପ୍ରଭାବିତ। ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି। କେନ୍ଦୁଝର ଜିଲ୍ଲା ସେପରି ଭାବେ ପ୍ରଭାବିତ ହୋଇ ନାହିଁ। ମୋଟ୍‌ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି। ବନ୍ୟାସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଯେଉଁସବୁ ସ୍ଥାନରେ ଲୋକଙ୍କ ଘର କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ। ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ବ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ସାତ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ରାସ୍ତା ଓ ଘର ନଷ୍ଟ ହୋଇଛି। ରିପୋର୍ଟ ଆସିବା ପରେ ସହାୟତା ମିଳିବ। ଘର ଭାଙ୍ଗିଥିଲେ ମରାମତି କରାଯିବା। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ କୁହାଯାଇଛି। ପଶୁ ମରିଥିଲେ ସହାୟତା ମଧ୍ଯ ମିଳିବ। ତଳି ଅଞ୍ଚଳରେ ପାଣି ରହିଛି। ଦୁଇ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ। ସାପ କାମୁଡ଼ା ଔଷଧ ମହଜୁଦ୍ ରଖିବାକୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିରୋ କାଜୁଆଲ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି।

ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର । ସମସ୍ତେ ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନଧ୍ୟାନ କରିଛନ୍ତି । ବନ୍ୟାରେ ବେହାଲ ହୋଇଛି ଉତ୍ତର ଓଡିଶା ।

Comments are closed.