Latest Odisha News

BREAKING NEWS

OTET ପ୍ରଶ୍ନପତ୍ର ଲିକ୍‌ କେଳେଙ୍କାରୀ: ବୋର୍ଡ ଉପସଭାପତିଙ୍କୁ ୩ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

କଟକ:ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚର ଜେରା । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ନିହାର ମହାନ୍ତିଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ରହିଛି ।

ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା। ଏହି ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି ।

ସେପଟେ କୋରାପୁଟରୁ ସମ୍ପୃକ୍ତ ଜେରକ୍ସ ଦୋକାନ ମାଲିକଙ୍କୁ ଉଠାଇ ଆଣିଛି କ୍ରାଇମବ୍ରାଞ୍ଚ୍‌ । ସମ୍ପୃକ୍ତ ବ୍ୟକ୍ତିଙ୍କ ଜେରକ୍ସ ଦୋକାନରେ ହୋଇଥିଲା OTET ପ୍ରଶ୍ନପତ୍ର ଫଟୋକପି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଇଲା କ୍ରାଇମବ୍ରାଞ୍ଚ୍‌ । ଜେରକ୍ସ ଦୋକାନୀକୁ ପ୍ରମୁଖ ସାକ୍ଷୀ ଭାବେ ନେଇ ବୟାନ ରେକର୍ଡ ।

ସୂଚନାଥାଉକି, ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତେବେ ଉପ ସଭାପତି ନିହାର ମହାନ୍ତିଙ୍କୁ ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରା ଉଚୁରା କରିଛି କ୍ରାଇମବ୍ରାଞ୍ଚ । କେମିତି ଉପ ସଭାପତିଙ୍କ ଲ୍ୟାପଟପ୍ କୁ ପ୍ରଶ୍ନପତ୍ର ଆସିଲା, ମୁଖ୍ୟ ଅଭିଯୁକ୍ତ ଜିତେନ୍ ମହାରଣା କେମିତି ଉପ ସଭାପତିଙ୍କ ଲ୍ୟାପଟପର ପାସୱାର୍ଡ ଜାଣିଲେ ଏସବୁକୁ ନେଇ ଉପ ସଭାପତିଙ୍କୁ ପଚାରିଥିଲା କ୍ରାଇମବ୍ରାଞ୍ଚ ।

Comments are closed.