Latest Odisha News

BREAKING NEWS

ଓଏଏସ ସାର୍ଥକ ସୌରଭଙ୍କ ନାଁରେ ନିର୍ଯାତନା ମାମଲା, ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ଓଏଏସ ସ୍ୱାମୀଙ୍କ ନାଁରେ ନିର୍ଯାତନା ମାମଲାର । ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା ପରେ ଛାଡ଼ିଦେଇଛି ପୋଲିସ । ଭାରତୀୟ ନାଗରିତର ସୁରକ୍ଷା ସଂହିତା (BNSS) ଧାରା ୩୫ରେ ନୋଟିସ ଦେଇ ଛାଡିଦେଇଛି ।

ତଦନ୍ତରେ ସମସ୍ତ ପ୍ରକାର ସହାୟତା କରିବେ ବୋଲି କହିଛନ୍ତି ସାର୍ଥକ ସୌରଭ । ସପ୍ତାହ ପରେ ପୁଣି ତାଙ୍କୁ ଥାନାକୁ ଡାକି ପଚରା ଉଚରା କରିପାରେ ମହିଳା ଥାନା ପୋଲିସ । ନିର୍ଯାତନା ମାମଲାରେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଅର୍ଚ୍ଚନା ଦାଶ ।

ଶୁକ୍ରବାର ଓଏଏସ୍ ସାର୍ଥକ ସୌରଭ ମହାପାତ୍ରଙ୍କୁ ପଚରା ଉଚରା କରିଥିଲା ପୋଲିସ । ପତ୍ନୀ ଅର୍ଚ୍ଚନା ଦାଶ ଆଣିଥିବା ସବୁ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ଅର୍ଚ୍ଚନା ସବୁବେଳେ ଆତ୍ମହତ୍ୟା ଧମକ ଦେଉଥିବା ଅଭିଯୋଗ କରିଥିଲେ ସୌରଭ । ଅନ୍ୟପଟେ ପ୍ରେସମିଟରେ ଆତ୍ମହତ୍ୟା ଧମକ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଅର୍ଚ୍ଚନା ।

ତେବେ ଅଭିଯୋଗକାରିଣୀ ଅର୍ଚ୍ଚନା ଦାଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ଅଭିଯୋଗରେ ମାନସିକ ନିର୍ଯାତନା ସହ ଗାଳିଗୁଲଜ ଓ ଅବହେଳା ଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ପାତ୍ରରେ ଦର୍ଶାଯାଇଛି ଯେ, ୨୦୨୪ ମସିହା ଫେବ୍ରୁଆରୀ ମାସରେ ବୈଦିକ ରୀତିନୀତିରେ ସାର୍ଥକ ସୌରଭଙ୍କ ସହ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା ।

ତେବେ ଏହି ବିବାହ ପରେ ଅର୍ଚ୍ଚନାଙ୍କୁ ସୌରଭଙ୍କ ପରିବାର ତରଫରୁ ମାନସିକ ନିର୍ଯାତନା ଦିଆଯାଉଥିଲା । ପୁଅ ଜନ୍ମ ପରେ ହସ୍ପିଟାଲ ବେଡରେ ସେମାନଙ୍କୁ ଛାଡ଼ି ପଳାଇଥିବା ଅଭିଯୋଗ କରିଥିଲେ ପତ୍ନୀ । ଏନେଇ ସେ ଭୁବନେଶ୍ବର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।

Comments are closed.