Latest Odisha News

ବନ୍ଦ ହୋଇଯିବ କି ରଣବୀରଙ୍କ ଡନ ୩

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଲୁକ ଏବଂ ଷ୍ଟାଇଲକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଡିସେମ୍ବର ୫ରେ ଏହା ରିଲିଜ ହେବ । ତେବେ ରଣବୀର ସିଂଙ୍କ ଆଉ ଏକ ବହୁ ଚର୍ଚ୍ଚିତ ଫିଲ୍ମ ଡନ ୩କୁ ନେଇ ଖରାବ ଖବର ଆସିଛି । ଫରହାନ ଅଖତାରଙ୍କ ଡନ ୩ ଘୋଷଣା କରିବା ପରଠାରୁ ଏହା ଆଗକୁ ବଢ଼ି ପାରି ନାହାନ୍ତି । ଶାହାରୁଖ ଖାଁଙ୍କ ଅନୁପସ୍ଥିତିକୁ ପ୍ରଶଂସକ ଗ୍ରହଣ କରିପାରି ନ ଥିଲେ । ଏଥିରୁ ଏବେ ଜଣଙ୍କ ପରେ ଜଣେ କଳାକାର ଓହରିବା ଆରମ୍ଭ କରିଛନ୍ତି ।

ଅଗଷ୍ଟ ୨୦୨୩ରୁ ଏହା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ମାତ୍ର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ି ପାରି ନାହିଁ । ଫରହାନ ଏବେ ବାହାଦୂର ୧୨୦ ଫିଲ୍ମ ନେଇ ବ୍ୟସ୍ତ ରହିଛନ୍ତି । କେତେକ ରିପୋର୍ଟ ଅନୁସାରେ ଫରହାନ ଡନ ୩କୁ ଆରମ୍ଭ କରିବା ପାଇଁ ଚାହୁଁ ନାହାନ୍ତି । ଏପରିକି ଆବଶ୍ୟକପ ପଡିଲେ ସେ ଏହାକୁ ବନ୍ଦ ମଧ୍ୟ କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିକ୍ରାନ୍ତ ମେସୀ, କିୟାରା ଆଡଭାନୀ ଓ ପରେ କୃତି ସେନନ ଫିଲ୍ମରୁ ଓହରି ଯାଇଛନ୍ତି ।

Comments are closed.