ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ପୁରୀ ଜିଲ୍ଲା ବଳଙ୍ଗା ପୀଡିତାଙ୍କ ମର ଶରୀର । ନୂଆଦିଲ୍ଲୀ ଏମ୍ସରୁ ବିମାନ ଯୋଗେ ରବିବାର ରାତି ପ୍ରାୟ ୧୧ଟାରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଏହି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିମାନବନ୍ଦର ବାହାରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ଶେଷ ଦର୍ଶନ ପାଇଁ ଏୟାରପୋର୍ଟରେ ନେତାଙ୍କ ଭିଡ଼ ଜମିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ପୀଡିତାଙ୍କ ପୈତୃକ ଗାଁ ବାୟାବରକୁ ମରଶରୀର ଯିବ । ସେଠାରେ ରୀତିନୀତି ଅନୁଯାଇ ସଂସ୍କାର କରାଯିବ । ବଳଙ୍ଗା ସ୍ଥିତ ଗାଁରେ ମଧ୍ୟ ସୁରକ୍ଷା ପାଇଁ ପୋଲିସ ମୁତୟନ ରହିଛନ୍ତି ।
ସୂଚନାଯୋଗ୍ୟ, ବଳଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିବା ଏହି ଘଟଣା ସମସ୍ତଙ୍କୁ ହତଚକିତ କରିଦେଇଥିଲା । ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ୧୪ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
Comments are closed.