Latest Odisha News

BREAKING NEWS

ଇତିହାସ ସୃଷ୍ଟି କଲେ ଶାହ, ଦୀର୍ଘକାଳୀନ ଗୃହମନ୍ତ୍ରୀ ବନି ଭାଙ୍ଗିଲେ ଆଡଭାନିଙ୍କ ରେକର୍ଡ

ନୂଆଦିଲ୍ଲୀ: ୫ ଅଗଷ୍ଟରେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ରାଜନୈତିକ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି । ୨୦୧୯ରେ ଆଜିର ଦିନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ ଅମିତ୍ ଶାହ । ଆଉ ୨୧୯୪ ଦିନ ପାଇଁ କେନ୍ଦ୍ରରେ ସବୁଠାରୁ ଦୀର୍ଘ ସମୟ ଧରି ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରି ବନିଯାଇଛନ୍ତି ଭାରତର ଦୀର୍ଘକାଳୀନ ଗୃହମନ୍ତ୍ରୀ । ପୂର୍ବରୁ ଏହି ରେକର୍ଡ ବିଜେପି ବରିଷ୍ଠ ନେତା ତଥା ଶାହଙ୍କ ମେଣ୍ଟର ଲାଲକୃଷ୍ଣ ଆଡଭାନୀଙ୍କ ନାମରେ ଥିଲା । ଯାହାକୁ ଅଭିତ୍ ଶାହା ଅତିକ୍ରମ କରିଛନ୍ତି ।

୬ ବର୍ଷ ୬୪ ଦିନ ପାଇଁ ଏହି ପଦବୀରେ ରହିବା ପରେ, ଶାହ ୫ ଅଗଷ୍ଟରେ ଏହି ସମ୍ମାନ ପାଇଛନ୍ତି । ଯାହା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯେତେବେଳେ ସେ ଛଅ ବର୍ଷ ପୂର୍ବେ ସମ୍ବିଧାନର ଧାରା ୩୭୦ ରଦ୍ଦ କରି ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ସମାପ୍ତ କରି ଜମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଘୋଷଣା କରିଥିଲେ ।

ଆଡଭାନୀଙ୍କ ବ୍ୟତୀତ, କଂଗ୍ରେସର ଗୋବିନ୍ଦ ବଲ୍ଲଭ ପନ୍ତ ଏକମାତ୍ର ନେତା ଯିଏ ଛଅ ବର୍ଷରୁ ଅଧିକ ସମୟ ପାଇଁ ଗୃହମନ୍ତ୍ରୀ ପଦରେ ରହିଥିଲେ । ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଗୃହମନ୍ତ୍ରୀ ଥିବା ରାଜନାଥ ସିଂହ ନର୍ଥ ବ୍ଲକ୍ କାର୍ଯ୍ୟାଳୟରେ ପାଞ୍ଚ ବର୍ଷ ବିତାଇଥିଲେ । ୨୦୧୯ ମସିହାରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଗୃହମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ଅମିତ୍ ଶାହଙ୍କ କାର୍ଯ୍ୟକାଳ ଧାରା ୩୭୦ ଉଚ୍ଛେଦ, ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଆୟୋଜନ ଏବଂ ଦେଶରେ ନକ୍ସଲବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଭଳି ନିଷ୍ପତ୍ତି ପାଇଁ ଜଣାଶୁଣା ।

ଶାହ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ପ୍ରମାଣ ଆଇନ ୨୦୨୩ କାର୍ଯ୍ୟକାରୀ କରିବାରେ ମଧ୍ୟ ନେତୃତ୍ୱ ନେଇଥିଲେ, ଯାହା ଭାରତୀୟ ଦଣ୍ଡ ସଂହିତା, ଫୌଜଦାରୀ କାର୍ଯ୍ୟବିଧି ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନକୁ ବଦଳାଇଥିଲା । ନାଗରିକତା ସଂଶୋଧନ ଆଇନ (CAA) ପାସ୍ କରାଇବାରେ ମଧ୍ୟ ଶାହଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ଯାହା ତାଙ୍କୁ ସଂସଦରେ ବିଜେପିର ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ଉଭା କରିଥିଲା।

ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବରେ ନିଯୁକ୍ତି ପାଇବା ପୂର୍ବରୁ, ଶାହଙ୍କ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳରେ ଦଳ ଉତ୍ତର-ପୂର୍ବରେ ଏହାର ନିର୍ବାଚନୀ ପାଦଚିହ୍ନ ବିସ୍ତାର କରିଥିଲା, ଆସାମ ଏବଂ ତ୍ରିପୁରା ଜିତିଥିଲା ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଏହାର ପ୍ରଭାବକୁ ମଜବୁତ କରିଥିଲା, ୨୦୧୭ରେ ୧୫ ବର୍ଷ ପରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଠନ କରିଥିଲା । ୨୦୧୯ରେ, ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନ ଜିତିବା ପରେ, ଅଭିତ୍ ଶାହ ରାଜନାଥ ସିଂହଙ୍କ ସ୍ଥାନ ନେଇ ଦେଶର ଗୃହମନ୍ତ୍ରୀ ହୋଇଥିଲେ । ଆଉ ଆଜି ଏହି ସେବା ଯୋଗାଇବାରେ ସେ ବନିଯାଇଛନ୍ତି ଦୀର୍ଘକାଳୀନ ଗୃହମନ୍ତ୍ରୀ ।

Comments are closed.