Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ଖୋଲିଲା ଗୁମର; ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ନେଇଥିଲେ ପ୍ରଶ୍ନପତ୍ର

କଟକ: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଖୋଲିଲା ବଡ଼ ଗୁମର । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ରିମାଣ୍ଡରେ ଆସିଥିବା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର ମାନିଛନ୍ତି ଦୋଷ ।

ସୂଚନାଥାଉକି, ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ । ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସମ୍ପର୍କୀୟ ଭାଇଙ୍କ ମାଧ୍ୟମରେ ଏହି ପ୍ରଶ୍ନପତ୍ରକୁ ନୟାଗଡ ପଠେଇଥିଲା । ଆଉ ସେଠାରୁ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ର OTET ପ୍ରଶ୍ନପତ୍ର ପେନ ଡ୍ରାଇଭ୍ ଓ ହାର୍ଡକପି ସଂଗ୍ରହ କରିଥିଲେ । ଏ ବାବଦରେ ସେ ଜିତନକୁ ପଇସା ପୈଠ କରିଥିଲା ।

ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପତ୍ର ହାତରେ ଲେଖାଯାଇଥିଲା । କିପରି ପ୍ରଘଟ ଜଣା ନ ପଡ଼ିବ ଏଥିପାଇଁ ହାତରେ ଲେଖିଥିଲେ ପ୍ରଶ୍ନପତ୍ର ।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛନ୍ତି । ବିଜୟ ମିଶ୍ରଙ୍କ ଡ୍ରାଇଭର ଓ ତାଙ୍କ ଭାଇକୁ ମଧ୍ୟ ପଚରାଉଚରା ଜାରି ରହିଛି ।

Comments are closed.