Latest Odisha News

BREAKING NEWS

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା; କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ମନ୍ଦିର ମାନଙ୍କରେ ନିରନ୍ତର ଭାବରେ ଆକ୍ରମଣର ଘଟଣା ଶୁଣିବାକୁ ମିଳୁଛି। ନିକଟରେ ଅଗଷ୍ଟ ୧୦ ତାରିଖରେ ଇଣ୍ଡିଆନାର ଗ୍ରୀନଉଡ୍ ସିଟିର BAPS ସ୍ୱାମୀନାରାୟଣ ମନ୍ଦିରରେ ଆକ୍ରମଣ ହୋଇଥିଲା।

ଏହିପରି ଘଟଣାକୁ ଚିକାଗୋରେ ଥିବା ଭାରତୀୟ କନସୁଲେଟ୍ କଡା ନିନ୍ଦା କରିବା ସହ ମନ୍ଦିରର ମୁଖ୍ୟରେ ଥିବା ସାଇନବୋର୍ଡକୁ ବିକୃତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏଥିସହ ମନ୍ଦିର ପରିସରରେ ଖଳ ପ୍ରକୃତି ଲୋକଙ୍କ ବିରୁଦ୍ଧରେ ସତର୍କ ରହିବାକୁ ମଧ୍ୟ ଚେତାବନି ଦିଆଯାଇଛି।

ଏ ସବୁକୁ ନେଇ ‘ଏକ୍ସ’ରେ କୁହାଯାଇଛି ଯେ ଏହି ଘଟଣାକୁ ନେଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ତେବେ କାନ୍ଥରେ ଭାରତ ବିରୋଧୀ ଏବଂ ହିନ୍ଦୁ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଥିବା ଜଣାପଡିଛି।

ବର୍ଷକ ମଧ୍ୟରେ ଏହିପରି ଦୁର୍ଘଟଣା ଚତୁର୍ଥ ଥର ପାଇଁ କୌଣସି ମନ୍ଦିରରେ ଘଟିଛି। ତେବେ ୧୬ ଅଗଷ୍ଟରେ ପାଳିତ ହେବାକୁ ଥିବା କୃଷ୍ଣ ଜନ୍ମାଷ୍ଟମୀ ପୂର୍ବରୁ ଏହି ଆକ୍ରମଣ ଘଟିଛି। ଗତ ମାର୍ଚ୍ଚ ମାସରେ ଆମେରିକାରେ କାଲିଫର୍ନିଆସ୍ଥିତ ଏକ BAPS ହିନ୍ଦୁ ମନ୍ଦିରକୁ ଜଣେ ଅଜ୍ଞାତ ବ୍ୟକ୍ତି ଦ୍ୱାରା ଅପବିତ୍ର କରାଯାଇଥିଲା। ପରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏହି କାର୍ଯ୍ୟକୁ କଡା ନିନ୍ଦା ମଧ୍ୟ କରିଥିଲେ।ଏଥିସହିତ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ଅନୁରୋଧ ମଧ୍ୟ କରିଥିଲେ।

 

Comments are closed.