Latest Odisha News

BREAKING NEWS

ଓଡ଼ିଶାରେ ବଢୁଛି ସବୁଜ ସମ୍ପଦ; ସୃଷ୍ଟି ହୋଇଛି ୨୭୪ ବର୍ଗ କିମି ନୂଆ ଜଙ୍ଗଲ

ଭୁବନେଶ୍ୱର: ଓଡ଼ିଶାରେ ଜଙ୍ଗଲ ଆଶାତୀତ ଭାବେ ବୃଦ୍ଧି ପାଇଛି । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ୨୦୧୭ ତୁଳନାରେ ୨୦୧୯ ରେ ଓଡ଼ିଶାରେ ଥିବା ଜଙ୍ଗଲ .୫୩ % ବୃଦ୍ଧି ଘଟିଛି ।

ଏହାଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ୨୦୦୯ ରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ୫୧,୩୪୫ ବର୍ଗ କିମିରେ ଜଙ୍ଗଲ ପରିବ୍ୟାପ୍ତ ଥିଲା, ୨୦୧୯ ରେ ଏହା୨୭୪ ବର୍ଗ କିମିକୁ ବୃଦ୍ଧି ଘଟି ୫୧,୬୧୯ ବର୍ଗ କିମିରେ ପହଞ୍ଚିଛି।

ବିଗତ ୧୦ ବର୍ଷ ମଧ୍ୟରେ ଧୀରେଧିରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ହେଉଥିବା ରିପୋର୍ଟରେ ପ୍ରକାଶ ।

୨୦୦୯ ରୁ ରାଜ୍ୟରେ ଜଙ୍ଗଲ ଅଞ୍ଚଳର ବୃଦ୍ଧି ପ୍ରତିଶତ ନିମ୍ନରେ ଦିଆଯାଇଛି…

୨୦୦୯: ୪୮.୮ ବର୍ଗ କିମି (୩୧.୩୮%)
୨୦୧୧: ୪୮,୯୦୩ ବର୍ଗ କିମି (୩୧.୪୧%)
୨୦୧୩: ୫୦,୩୪୭ ବର୍ଗ କିମି (୩୨.୩୩%)
୨୦୧୫: ୫୦,୪୬୦ ବର୍ଗ କିମି (୩୨.୪୦%)
୨୦୧୭: ୫୧,୩୪୫ବର୍ଗ କିମି (୩୨.୯୮%)
୨୦୧୯: ୫୧,୬୧୯ ବର୍ଗ କିମି ( ୩୩.୧୫%)

ରାଜ୍ୟରେ ଥିବା ଘଞ୍ଚ ଜଙ୍ଗଲ (ଭିଡିଏଫ) କ୍ଷୟ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁଯାୟୀ ୨୦୦୯ ମସିହା ସୁଦ୍ଧା ଘଞ୍ଚ ଜଙ୍ଗଲ ୭୦୭୩ ବର୍ଗକିମି ଥିଲା ଯାହା ୨୦୧୯ରେ ୬୯୭୦ ବର୍ଗକିମିରେ ପହଞ୍ଚିଛି।

ଅନ୍ୟପଟେ ମାଧ୍ୟମ ଘଞ୍ଚ ଜଙ୍ଗଲରେ (ଏମଡିଏଫ) ଆଖିଦୃଶିଆ ବୃଦ୍ଧି ଘଟିଛି। ଏହା ୨୦୦୯ରେ ୨୧,୩୯୪ ବର୍ଗ କିମି ରହିଥିବା ବେଳେ ୨୦୧୯ ରେ ୨୧,୫୫୨ ବର୍ଗ କିମିକୁ ବୃଦ୍ଧି ଘଟିଛି।

ରାଜ୍ୟରେ ରହିଥିବା ଖୋଲା ଜଙ୍ଗଲ ଗିଡିକ ଧୀରେଧିରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ୨୦୦୯ ରେ ୨୦,୩୩୮ ବର୍ଗ କିମି ଯାଏଁ ପରିବ୍ୟାପ୍ତ ଥିବା ଏହି ଖୋଲା ଜଙ୍ଗଲ ୨୦୧୯ ରେ ୨୩,୦୯୭ ବର୍ଗ କିମି ହୋଇଯାଇଛି।

ମାଲକାନଗିରିକୁ ଛାଡି ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଳାରେ ଜଙ୍ଗଲ ବୃଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ ।

ଜିଲ୍ଳା ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୫୩୯୩ ବର୍ଗକିମି (ଭୌଗଳିକ କ୍ଷେତ୍ରର ୬୪% )ର ଜଙ୍ଗଲ ରହିଛି। ସେହିପରି ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୭୮ ବର୍ଗ କିମି (ଭୌଗଳିକ କ୍ଷେତ୍ରର ୧.୩୪%) ଜଙ୍ଗଲ ରହିଛି ।

ବିଗତ ଏକ ଦଶନ୍ଧିରେ ଓଡ଼ିଶାରେ ସମୁଦାୟ ୨୪୭ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି। ଏହି ଦୃଷ୍ଟିରୁ ଓଡିଶା ଦେଶର ୬ଷ୍ଠ ସ୍ଥାନରେ ରହିଛି। ଓଡିଶା ପୂର୍ବରୁ ଏହି ତାଲିକାରେ ରହିଛନ୍ତି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶ।

ମାତ୍ର ସମୁଦାୟ ଜଙ୍ଗଲ ଅଭିବୃଦ୍ଧିକୁ ଦେଖିଲେ ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ ପରେ ଓଡିଶା ୪ର୍ଥ ସ୍ଥାନରେ ଥିବା ରିପୋର୍ଟରେ ପ୍ରକାଶ।

ବିଗତ ୨ ବର୍ଷ ମଧ୍ୟରେ ଓଡିଶା ସରକାର ୬.୩ ଲକ୍ଷ ହେକ୍ଟରରୁ ଅଧିକ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି।

‘ଗ୍ରୀନ ମହାନଦୀ ମିଶନ’ ଓ ‘ଆମ ଜଙ୍ଗଲ ଯୋଜନା ‘ ଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଫଳସ୍ୱରୂପ ଓଡ଼ିଶାରେ ଜଙ୍ଗଲର ଏତେ ପରିମାଣରେ ବୃଦ୍ଧି ଘଟିଛି।

Leave A Reply

Your email address will not be published.