Latest Odisha News

BREAKING NEWS

ରେଲଓ୍ବେ ଚାକିରୀ ପଛରେ ଯୁବପିଢି, ଗୋଟେ ପୋଷ୍ଟ ପାଇଁ ହଜାରେ ଆଶାୟୀ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚାକିରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଏବଂ ଏହାକୁ ପାଇବା ପାଇଁ ବି ବହୁ ସଂଖ୍ୟାରେ ଆବେଦନ ଆସେ । ଗତ ବର୍ଷକ ମଧ୍ୟରେ ତ ଭାରତୀୟ ରେଳବାଇ ସାତଟି ମୁଖ୍ୟ ବର୍ଗରେ ମାତ୍ର ୬୪ ହଜାର ୧୯୭ ପଦବୀ ପାଇଁ ମୋଟ ୧ କୋଟି ୮୭ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି। ଏହାର ଅର୍ଥ ହେଉଛି ପ୍ରତ୍ୟେକ ପଦବୀ ପାଇଁ ପ୍ରାୟ ୩ ଜଣ ପ୍ରାଣ୍ଥୀ ଆଶାୟୀ ଅଉନ୍ତି । ଜାନୁଆରୀରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ, ଭାରତୀୟ ରେଳବାଇରେ ମୋଟ ୯୨ ହଜାର ୧୧୬ ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏନେଇ ରେଳ ମନ୍ତ୍ରୀ ସଂସଦରେ ସୂଚନା ଦେଇଥିବା ବେଳେ ପ୍ରଶ୍ନ ଉଠୁଛି, କାହିକିଁ ରେଲଓ୍ବେ ଚାକିରୀକୁ ନେଇ ଏତେ ପାଗଳ ଯୁବପିଢି?

ତେବେ ଏହାର କାରଣ ବଡ କାରଣ ହେଉଛି ରେଲଓ୍ବେ ଚାକିରୀରେ ସ୍ଥିରତାର ପ୍ରତିଶ୍ରୁତି ଆଉ ଏହାର ପ୍ରତିଷ୍ଠା ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି ଯୁବପିଢି ।

ଆକର୍ଷଣର କେନ୍ଦ୍ରବିନ୍ଦୁ ଆରପିଏଫ କନେଷ୍ଟବଳ

ବିଭିନ୍ନ ଭୂମିକା ମଧ୍ୟରୁ, ରେଳବାଇ ସୁରକ୍ଷା ବଳ, ଆରପିଏଫ କନଷ୍ଟେବଳ ପଦବୀରେ ସବୁଠାରୁ ତୀବ୍ର ପ୍ରତିଯୋଗିତା ଦେଖାଯାଇଥାଏ । ମାତ୍ର ୪ ହଜାର ୨୦୮ ପଦବୀ ପାଇଁ ୪୫ ଲକ୍ଷରୁ ଅଧିକ ଆବେଦନ ଆସିଛି । ଅର୍ଥାତ୍ ପ୍ରତ୍ୟେକ ପଦବୀ ପାଇଁ ୧୦୭୬ ଜଣ ଆଶାୟୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଏଥିରେ ଟେକ୍ନିସିଆନ୍ ପଦବୀଗୁଡ଼ିକ ଯେ ପଛରେ ପଡିଛି ତାହା ନୁହେଁ, ୧୪ ହଜାର ୨୯୮ ଖାଲି ପଦବୀ ପାଇଁ ପ୍ରାୟ ୨୭ ଲକ୍ଷ ଆବେଦନ ଆସି । ଅର୍ଥାତ୍ ପ୍ରତି ପଦବୀ ପାଇଁ ୧୮୯ ଆଶାୟୀ । ସେହିପରି ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ୧୮,୭୯୯ ପଦବୀ ଖାଲି ପଡ଼ିଛି, ଯେଉଁଥିରେ ୧୮.୪ ଲକ୍ଷ ଆବେଦନ ଆସିଛି, ଯାହା ମଧ୍ୟରୁ ପ୍ରତି ପଦବୀ ପାଇଁ ହାରାହାରି ୯୮ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ଯାହା ଉଭୟ ଚାକିରୀ ବଜାରର ଚାପ ଓ ଚାହିଦାକୁ ପ୍ରତିଫଳିତ କରୁଛି ।

କାହିଁକି ବୃଦ୍ଧି ହେଉଛି ଖାଲି ପଦବୀ?

ରେଳବାଇ ଏହି ନିଯୁକ୍ତି ପ୍ରକ୍ରିୟାକୁ ବଢୁଥିବା ଆବଶ୍ୟକତାର ନେଇ ପ୍ରତିକ୍ରିୟା ରଖିଛି । ଗତ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ, କର୍ମଚାରୀ ଅବସର, ବ୍ୟାପକ ବିଦ୍ୟୁତୀକରଣ, ନୂତନ ସୁରକ୍ଷା ବ୍ୟବସ୍ଥା, ଯାନ୍ତ୍ରିକ କାର୍ଯ୍ୟ ଏବଂ ଡିଜିଟାଲ୍ ଉନ୍ନତି ଭଳି କାରଣଗୁଡ଼ିକ କର୍ମଚାରୀଙ୍କ ଚାହିଦାକୁ ବୃଦ୍ଧି କରିଛି । ଯାହାର ଫଳ ସ୍ବରୂପ କେବଳ ୨୦୨୪ ମସିହାରେ ସାତଟି ବର୍ଗ ଏବଂ ୬୪,୧୯୭ ପଦବୀରେ ଏକ ବଡ ନିଯୁକ୍ତି ଆସିଥିଲା ।

ଆଶ ବଢାଇଛି ରେଳବାଇ….

ତେବେ ଚାକିରୀ ବଜାରର ଚାହିଦା ଏବଂ ଆବଶ୍ୟକତା ଦେଖି ରେଳବାଇ ବି ପଛରେ ପଡିନି । ୨୦୨୪ ମସିହାରେ ଏପର୍ଯ୍ୟନ୍ତ, ସେମାନେ ୧,୦୮,୩୨୪ ପଦବୀକୁ କଭର କରି ୧୨ଟି ନିଯୁକ୍ତି ବିଜ୍ଞପ୍ତି ଜାରି କରିଛନ୍ତି। ଏଥିମଧ୍ୟରୁ ୫୦,୦୦୦ ରୁ ଅଧିକଙ୍କ ପାଇଁ ପରୀକ୍ଷା ପୂର୍ବରୁ ଅନୁଷ୍ଠିତ ହୋଇସାରିଛି, ଆଉ ୬୦,୦୦୦ ମାର୍ଚ୍ଚ ୨୦୨୬ ସୁଦ୍ଧା ପରୀକ୍ଷା ପାଇଁ ସ୍ଥିର କରାଯାଇଛି । ଯେଉଁ କ୍ରମରେ ଆରଆରବି, ଏନଟିପିସି ସ୍ନାତକ ସ୍ତର ପରୀକ୍ଷା ଗତ ଅଗଷ୍ଟ ୭ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଯାହା ନିଯୁକ୍ତିର ଗତିକୁ ବେଶ୍  ଗତିଶୀଳ କରିଛି ।

କାହିଁକି ରେଳଓ୍ବେ ଚାକିରୀ?

ରେଲଓ୍ବେ ଚାକିରୀର ଆବେଦନର ସଂଖ୍ୟା ସ୍ପଷ୍ଟ କରୁଛି ଯେ, ଚାହିଦା ବେଶୀ ରହିଥିଲେ ମଧ୍ୟ ଯୁବପିଢି ପ୍ରତିଯୋଗୀତା କରୁବାକୁ ପ୍ରସ୍ତୁତ । ଯାହା କେବଳ ମାତ୍ର ସଂଖ୍ୟା ନୁହେଁ, ଏହା ଲକ୍ଷ ଲକ୍ଷ ଲୋକଙ୍କ ଆକାଂକ୍ଷା । ଅନେକ ଯୁବ ଭାରତୀୟଙ୍କ ପାଇଁ, ରେଳବାଇ ଚାକିରି କେବଳ ନିଯୁକ୍ତି ନୁହେଁ, ଏହା ସ୍ଥିରତା, ସମ୍ମାନ ଏବଂ ଦେଶର ବିସ୍ତୃତ ପରିବହନ ନେଟୱାର୍କର ସେବା କରିବାର ଏକ ସୁଯୋଗ । ଯାହା ପ୍ରତିଯୋଗିତାର ହାର ବଢାଇ ଚାଲିଥିବା ବେଳେ ଆଶାୟୀ ଯାତ୍ରାକୁ ଆହୁରି କଷ୍ଟକର କରୁଛି ।

Comments are closed.