ଆଜମେର: ପ୍ରେମିକା ସହ ମିଶି ପତ୍ନୀଙ୍କୁ ହତ୍ୟା କଲେ ବିଜେପି ନେତା । ପ୍ରେମିକାଙ୍କ ସହ ବନ୍ଧାହେଲେ । ରାଜସ୍ଥାନ ଆଜମେରର କିଶନଗଡ଼ରେ ବିଜେପିର ଜଣେ ନେତା ତାଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ବିଜେପି ନେତା ରୋହିତ ସାଇନିଙ୍କ ପ୍ରେମିକା ଋତୁ ସାଇନିଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଋତୁ ତାଙ୍କ ସ୍ୱାମୀଙ୍କୁ ସଞ୍ଜୁଙ୍କଠାରୁ ଅଲଗା ହେବା ପାଇଁ ପାଇଁ ଲଗାତାର ଚାପ ଦେଉଥିଲେ। ପୋଲିସ ଋତୁକୁ ଗିରଫ କରିବା ସହ ଏବେ ଏହି ମାମଲାରେ ଅଧିକ ତଦନ୍ତ ଆରମ୍ଭ କରିଛି ।
ତେବେ ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ଯେ କିଶନଗଡ଼ରେ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ରୋହିତ ସାଇନି ତାଙ୍କ ପତ୍ନୀ ସଞ୍ଜୁ ସାଇନିଙ୍କୁ ତାଙ୍କ ପ୍ରେମିକା ସହିତ ଯୋଜନା କରି ଗତ ଅଗଷ୍ଟ ୧୦ ତାରିଖରେ ହତ୍ୟା କରିଥିଲେ। ରୋହିତ ଏବଂ ଋତୁ ଉଭୟ ୨ ବର୍ଷ ଧରି ସମ୍ପର୍କରେ ଥିଲେ। ପୋଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ହତ୍ୟା ସମୟରେ ଋତୁ ଉପସ୍ଥିତ ନଥିଲେ କିନ୍ତୁ ଯୋଜନାରେ ସାମିଲ ଥିଲେ।
ରବିବାର, ଅଗଷ୍ଟ ୧୦, ଅପରାହ୍ନ ପ୍ରାୟ ୨ଟା ସମୟରେ କିଶନଗଡ଼ରେ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଉଥିବା ସମୟରେ, ସିଲୋରା ବିଜେପି ମଣ୍ଡଳର ସାଧାରଣ ସମ୍ପାଦକ ଏବଂ ତାଙ୍କ ପତ୍ନୀଙ୍କୁ ଘେରି ଡକାୟତି କରିବା ପାଇଁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ, ଅଭିଯୁକ୍ତମାନେ ରୋହିତଙ୍କ ପତ୍ନୀଙ୍କ ଗଳା କାଟି ଦେଇଥିଲେ। ଆଉ ପରେ ପତ୍ନୀଙ୍କ ବିୟୋଗରେ କୁମ୍ଭୀର କାନ୍ଦଣା କାନ୍ଦିଥିଲେ । ହେଲେ ଯେତେବେଳେ ପୋଲିସ ରୋହିତଙ୍କୁ ହସ୍ପିଟାଲରେ ମାନସିକ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ରୋହିତ ପତ୍ନୀଙ୍କୁ ଡକାୟତି ଯୋଜନା କରି ହତ୍ୟା କରିଥିବା ଅପରାଧ ସ୍ୱୀକାର କରିଥିଲେ । ପୋଲିସ ବର୍ତ୍ତମାନ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।
ଅତିରିକ୍ତ ପୋଲିସ ଅଧିକ୍ଷକ ଦୀପକ ଶର୍ମା କହିଛନ୍ତି ଯେ ସ୍ୱାମୀ ବିଳମ୍ବିତ ରାତିରେ ହତ୍ୟାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ଏହା ସହିତ, ପୋଲିସ ତାଙ୍କୁ ହେପାଜତକୁ ନେଇଛି। ସେ ଏହା ବି କହିଛନ୍ତି ଯେ ପୋଲିସ ଆରମ୍ଭରୁ ତାଙ୍କ ସ୍ୱାମୀଙ୍କ ଉପରେ ସନ୍ଦେହ କରୁଥିଲା। ଯାହା ଆଧାରରେ ଯେତେବେଳେ ତାଙ୍କୁ ପଚରାଉଚରା କରାଯାଇଥିଲା, ତାଙ୍କ ବୟାନରେ ପାର୍ଥକ୍ୟ ଥିଲା। ସେହି ଆଧାରରେ କଡ଼ାକଡ଼ି ପଚରାଉଚରା କରାଯିବା ପରେ ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ ଏବଂ ତାଙ୍କ ପ୍ରେମିକାଙ୍କ କଥାରେ ଏପରି କରିଥିବା ମାନିଥିଲେ । ଯାହା ପରେ ପୋଲିସ୍ ତାଙ୍କ ପ୍ରେମିକାକୁ ମଦ୍ୟ ଗିରଫ କରିଥିଲା ।
Comments are closed.