ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସର B-3 କୋଚ୍ର ଏକ ଶୌଚାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକ ଜଣକ ଉତ୍ତର ପ୍ରଦେଶର ଶିବ କୁମାର ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ୱାସିଂ ଲାଇନରେ ଟ୍ରେନଟି ଠିଆ ହୋଇଥିବା ସମୟରେ ମୃତଦେହଟି ଠାବ ହୋଇଥିଲା। ରେଳ କର୍ମଚାରୀମାନେ କୋଚର ଗୋଟିଏ ଶୌଚାଳୟ ବନ୍ଦ ଥିବା ଦେଖି ସନ୍ଦେହ କରିଥିଲେ। କବାଟ ଖୋଲିବା ପରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ କର୍ମଚାରୀମାନେ।
ତେବେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅପରପକ୍ଷରେ ଏହା ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା ହତ୍ୟା ତାହା ଜାଣିବା ପାଇଁ ଜିଆରପି ତଦନ୍ତ ଆରମ୍ଭ କରିଛି।
Comments are closed.