Latest Odisha News

BREAKING NEWS

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ

ଦୁନିଆର ଦୁଇ ଧୁରନ୍ଧର ଫୁଟବଲ ଖେଳାଳୀ ଅର୍ଜେଟିଂନାର ଲିଓନେଲ ମେସି ଓ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଗତ ଦଶନ୍ଧିରେ ୮୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି  ।

୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ପ୍ରଭୃତିରୁ ରୋନାଲ୍ଡୋ ୪୩୭୬ ଓ ମେସି ୪୧୩୦ କୋଟି ଟଙ୍କା ଆୟ କରିଛନ୍ତି ।

ତେବେ ବ୍ୟକ୍ତିଗତ ଭାବେ ବକ୍ସର ମେୱେଦର ସର୍ବାଧିକ ୫୩୨୯ କୋଟି ଟଙ୍କା ଆୟ କରିଛନ୍ତି । ଏହା ଏକ ରେକର୍ଡ ସଦୃଶ୍ୟ ।

ଦ୍ୱିତୀୟ ସ୍ଥାନରେ ରୋନାଲ୍ଡୋର ରହିଥିବା ବେଳେ ଏନବିଏ ଷ୍ଟାର ଲେବ୍ରୋନ ଜେମ୍ସ (୪୧୩୭) ତୃତୀୟ ସ୍ଥାନ ହାସଲ କରିଛନ୍ତି । ମେସି ୪ର୍ଥ ସ୍ଥାନରେ ରହିଛନ୍ତି ।

ଏହି ତାଲିକାରେ ସାମିଲ ହୋଇଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଗଲ୍ଫର ଟାଇଗର ଉଡ୍ସ, ଟେନିସ ଷ୍ଟାର ରୋଜର ଫେଡରର, ଫୁଟବଲ ଖେଳାଳି ନେମାର, ବକ୍ସର ମାନୀ ପାକ୍ୱିଓ, ଫର୍ମୁଲା ୱାନ ରେସର ଲୁଇସ ହାମିଲଟନ ରହିଛନ୍ତି ।

ତେବେ ପ୍ରଥମ ୧୦ଜଣଙ୍କ ମଧ୍ୟରେ କୌଣସି ମହିଳା ଖେଳାଳି ସାମିଲ ହୋଇ ନାହାଁନ୍ତି।

ପ୍ରଥମ ୧୦ ଖେଳାଳିଙ୍କ ଆୟ ତାଲିକା-

୧. ଫ୍ଲାଏଡ ମେୱେଦର-ବକ୍ସର-୫୩୨୯ କୋଟି
୨. କ୍ରିଷ୍ଟିଆନ ରୋନାଲ୍ଡୋ-ଫୁଟବଲ-୪୩୭୬
୩.ଲେବ୍ରୋନ ଜେମ୍ସ-ବାସ୍କେଟବଲ-୪୧୩୭
୪.ଲିଓନେଲ ମେସୀ-ଫୁଟବଲ-୪୧୩୦
୫.ରୋଜର ଫେଡରର-ଟେନିସ-୩୯୦୧
୬.ଟାଇଗର ଉଡ୍ସ-ଗଲ୍ଫ-୩୭୭୪
୭.ଫିଲ ମିକଲେନ୍ସ-ଗଲ୍ଫ-୨୯୨୧
୮.ନେମାର-ଫୁଟବଲ-୨୪୪୧
୯.ମାନୀ ପାକ୍ୱିଓ-ବକ୍ସର-୨୩୮୨
୧୦.ଲୁଇସ ହାମିଲଟନ-ଫର୍ମୁଲା ୱାନ-୨୩୩୮

 

Leave A Reply

Your email address will not be published.