Latest Odisha News

BREAKING NEWS

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାଶ, ଯଶସ୍ୱୀଙ୍କୁ ମିିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ମଙ୍ଗଳବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପସ୍ଥିତିରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଅଧିନାୟକ ପଦ ବଜାୟ ରଖିଥିବା ବେଳେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଶ୍ରେୟାଶ ଆୟାର ଓ ଯଶସ୍ୱୀ ଜୈସୱାଲଙ୍କୁ ସୁଯୋଗ ମିଳିନି । ଅପରପକ୍ଷରେ ଫିନିଶର ଦାୟିତ୍ୱ ତୁଲାଉଥିବା ରିଙ୍କୁ ସିଂ ଆଇପିଏଲରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ଚୟନ କମିଟି ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ଯଶପ୍ରୀତ ବୁମରାହଙ୍କୁ ମଧ୍ୟ ଏହି ଟୁର୍ଣ୍ଣାମେଂଟ ପାଇଁ ଦଳରେ ସାମିଲ କରାଯାଇଛି ।

ଗ୍ରୁପ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ସ୍ଥାନ ପାଇଥିବା ବେଳେ ଗ୍ରୁପ ବିରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ହଂକଂ ରହିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ମୁକାବିଲା ହେବା ସମ୍ଭାବନା ରହିଛି । ଗ୍ରୁପ ପର୍ଯ୍ୟାୟରେ ଉଭୟ ପରସ୍ପରକୁ ଭେଟିବେ । ଏହା ପରେ ସୁପର ୪ରେ ଏହି ୨ ଟିମ ଏକପ୍ରକାର ନିଶ୍ଚିତ ହୋଇଥିବାରୁ ପୂନର୍ବାର ସାମ୍ନାସାମ୍ନି ହୋଇପାରନ୍ତି । ସେହିପରି ଯଦି ଫାଇନାଲରେ ପ୍ରବେଶ କରିବେ ତେବେ ଆଉ ଥରେ ଉଭୟଙ୍କ ମଧ୍ୟରେ ମୁକାବିଲା ହେବ ।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ, ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜୀତେଶ ଶର୍ମା, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତି, କୂଲଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା, ରିଙ୍କୁ ସିଂ ।

Comments are closed.