Latest Odisha News

Stray Dog: ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ: ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ୭ଲକ୍ଷ ବୁଲା ଓ ୬୪ହଜାର ପୋଷା କୁକୁର ରହିଛନ୍ତି । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବୁଲା କୁକୁରମାନଙ୍କର ଗଣନା । ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ତେବେ ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ । ଏବେ ରାସ୍ତା କଡ଼ରେ ଚିକେନ-ମଟନ କାଟି ଏଣେ ତେଣେ ପକାଇପାରିବେନି ଦୋକାନୀ । ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ-ମଟନ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ । ବୁଲା କୁକୁରଙ୍କୁ ବଳକା ମାଂସ ମଧ୍ୟ ନଦେବାକୁ ନିର୍ଦ୍ଦେଶ ଦିଆଯିବ ।

ସେହିପରି, ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରୁଛୁ ବୋଲି କହିଛନ୍ତି ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ସୂଚନାଯୋଗ୍ୟ, ଦିଲ୍ଲୀ-ଏନ୍‌ସିଆର୍‌ରେ ବୁଲା କୁକୁରଙ୍କ ଉପରେ ଅଗଷ୍ଟ ୮ ତାରିଖରେ ଦେଇଥିବା ବିବାଦୀୟ ଆଦେଶକୁ ସୁପ୍ରିମକୋର୍ଟ ସଂଶୋଧନ କରିଛନ୍ତି । ପୂର୍ବରୁ ଅଦାଲତ କୁକୁରମାନଙ୍କୁ ଧରି ବନ୍ଧ୍ୟାକରଣ ପରେ ଆଶ୍ରୟସ୍ଥଳରେ ରଖିବା ଓ ସେଠାରୁ କେବେ ବି ବାହାରକୁ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ସେମାନଙ୍କୁ ବନ୍ଧ୍ୟାକରଣ ଓ ଟିକାକରଣ ପରେ ସେହି ଅଞ୍ଚଳରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.