ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତି ୱାର ୨ ଫିଲ୍ମ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ନିରାଶ କରିଛି । ୟଶରାଜ ଫିଲ୍ମସର ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୟଶରାଜ ସ୍ପାଇ ୟୁନିଭର୍ସ ଏଥିସହ ଅସୁବିଧାରେ ପଡି ଯାଇଛି । ଜୁନିୟର ଏନଟିଆରଙ୍କୁ ନେଇ ୟଶରାଜ ଏଜେଂଟ ବିକ୍ରମ ଫିଲ୍ମ କରିବା ପାଇଁ ଯୋଜନା କରିଥିଲେ । ଏବେ ଏହା ଥଣ୍ଡା ବାକ୍ସରେ ପଡିଯାଇଛି । ଏବେ କ୍ରିଏଟିଭ ଆଗକୁ ସ୍ପାଇ ୟୁନିଭର୍ସ କାହାଣୀରେ ପରିବର୍ତନ କରିବେ ବୋଲି ଜଣାପଡିଛି ।
ଦର୍ଶକମାନଙ୍କ ରୁଚି ଛାଡିବା ଯୋଗୁ ଫିଲ୍ମ ଆଖିଦୃଶିଆ ସଫଳତା ହାସଲ କରିପାରୁନି । ଜୁନିୟର ଏନଟିଆରକୁ ଏଂଟ୍ରି କରାଇ ୟଶରାଜ ସମ୍ପୂର୍ଣ୍ଣ ଭାରତରେ ଏହାକୁ ଲୋକପ୍ରିୟ କରାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କର ଏହି ରଣନୀତି ବିଫଳ ହୋଇଛି । ଏବେ ୱାଇଆରଏଫର ପରବର୍ତୀ ପ୍ରୋଜେକ୍ଟ ଆଲଫା ହେବ । ଏଥିରେ ଆଲିୟା ଭଟ୍ଟ ଓ ଶରବୀର ମୂଖ୍ୟ ଭୂମିକାରେ ଅଭିନୟ କରିବେ । ଏହା ୨୦୨୫ ଡିସେମ୍ବର ୨୫ରେ ରିଲିଜ ହେବ ।
Comments are closed.