କେନ୍ଦ୍ରାପଡା: ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ। ଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୩ ଦିନ ଧରି ପକ୍ଷୀ ଗଣନା ହେବ। ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ।
ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଙ୍କର। ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ଯ୍ୟଟକ ବାରଣ କରନ୍ତି ବନ୍ୟପ୍ରାଣୀ ବିଭାଗ। ପକ୍ଷୀ ବିହାର ଭାବେ ପରିଚିତ ଭିତରକନିକା ଏବଂ ତତ୍ସଂଲଗ୍ନ ଆଦ୍ରଭୂମିରେ ଭିଡ଼ ଜମାଇଥିବା ପକ୍ଷୀଙ୍କୁ ଗଣନା କରାଯିବ। ଏଥିପାଇଁ ତାଲିମ ନେବେ ଟିମ ସଦସ୍ୟ।
Comments are closed.