Latest Odisha News

ବସ୍ ଓଲଟି ଚାଲିଗଲା ୨୫ ଜୀବନ, ଗୋଟେ ସପ୍ତାହରେ ସଡ଼କ ଦୁର୍ଘଟଣାରେ ଗଲାଣି…

ନୂଆଦିଲ୍ଲୀ:ଆଫଗାନିସ୍ତାନରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଦିଗରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ ଜଣ ଆହତ ହୋଇଥିବା ତାଲିବାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଘଟଣାଟି ସକାଳେ କାବୁଲର ଅରଘଣ୍ଡି ଅଞ୍ଚଳରେ ଘଟିଥିଲା। ବସ୍ ଟି ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ଏବଂ କାନ୍ଦାହାରରୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା।

ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ମତିନ କାନି ଆହୁରି କହିଛନ୍ତି ଯେ ପୋଲିସ ଏବଂ ଜରୁରୀକାଳୀନ ସେବା ତୁରନ୍ତ ଖବର ପାଇ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ଏହି ସପ୍ତାହରେ ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣାରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.